ସ୍କୁଲରେ ମିଳୁଛି ପ୍ଲାଷ୍ଟିକ ଚାଉଳ

ମୁରିବାହାଲ, (ନାଗରାଜ ନ୍ୟୁଜ): ମୁରିବାହାଲ ବ୍ଲକ ମାଲିସିରା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗତ ୧୧ ତାରିଖରେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା । କିନ୍ତୁ ତାହା ଅପମିଶ୍ରିତ, ପୋକ ଲାଗିଯାଇଥିବା ସହ ପ୍ଲାଷ୍ଟିକ ଚାଉଳ ହୋଇଥିବାର ଅଭିଯୋଗ କରିଛନ୍ତି ଅଭିଭାବକ । ସୂଚନାଯୋଗ୍ୟ ସ୍କୁଲରେ M. D. M ଚାଉଳ ବଣ୍ଟନ କରାଯାଇଥିଲା । କିନ୍ତୁ ଯେତେବେଳେ  ଚାଉଳ ଘରକୁ ନେଲେ ସେତେବେଳେ ଜଣାପଡ଼ିଲାଯେ, ତାହା ପ୍ଲାଷ୍ଟିକ ଚାଉଳ । ଏଥିସହ ସେଥିରେ ପୋକ ଦେଖିବାକୁ ମିଳିଥିଲା । ଯଦି ଏଥିପ୍ରତି କିଛି ସମାଧାନ ନ କରାଯାଏ ତାହେଲେ ପାଠ ପଢିବା ପାଇଁ ସ୍କୁଲକୁ ପିଲାମାନଙ୍କୁ ଛାଡ଼ିବୁନୁ ବୋଲି ଅଭିଭାବକ କହିଛନ୍ତି ।

ମୁରିବାହାଲ ବ୍ଲକରୁ ସୁବାଷ ମାଝୀଙ୍କ ରିପୋର୍ଟ

Leave a Reply

Your email address will not be published.