କବୟିତ୍ରୀ ଇତିଶ୍ରୀ ରାଉତଙ୍କୁ କରୋନା ଯୋଦ୍ଧା ପ୍ରମାଣ ପତ୍ର-୨୦୨୦ ପ୍ରଦାନ କଲା ମୋ ଅନୁଷ୍ଠାନ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗତ ୨୦୧୯ ମସିହାରେ ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ସାହିତ୍ୟ, ସମ୍ବାଦ ଓ ସମାଜସେବାକୁ ମାଧ୍ୟମ କରି ଦୃତ ଗତିରେ ଆଗେଇ ଚାଲିଛି । ବିଭିନ୍ନ ସମୟରେ ସାହିତ୍ୟ ଓ ସମାଜ ଭିତ୍ତିକ କାର୍ଯ୍ୟକ୍ରମ ଲୋକମାନଙ୍କ ପାଖରେ ପହଞ୍ଚିବାର ହୋଇପାରିଛି ସକ୍ଷମ । ପ୍ରତିବର୍ଷ ପରି ବାର୍ଷିକ ଉତ୍ସବରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ରାଜ୍ୟ ବିଭିନ୍ନ ସ୍ଥାନର କବି, କବୟିତ୍ରୀ, ସମାଜସେବୀ ଵିଭିନ୍ନ ବର୍ଗର ଦକ୍ଷତା ପୂର୍ଣ୍ଣ ବ୍ୟକ୍ତିମାନଙ୍କୁ ପ୍ରଦାନ କରିଛି ମାନପତ୍ର ଓ କରୋନା ଯୋଦ୍ଧା ପ୍ରମାଣ ପତ୍ର । ସାମ୍ପ୍ରତିକ କରୋନା ମହାମାରୀ ସମୟରେ ସୁନ୍ଦର ସଚେତନତା ମୂଳକ କବିତା ଲେଖି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଚକମହାସମପୁର ଗ୍ରାମର ଛାତ୍ରୀ ଇତିଶ୍ରୀ ରାଉତ ପ୍ରଶଂସାର ପାତ୍ରୀ ହୋଇଥିଲେ ।

ଯୁକ୍ତ ତିନି ପାସ୍ ପରେ ଏବେବି ଉଚ୍ଚ ଶିକ୍ଷା ଜାରି ରଖିଛନ୍ତି । ତଥାପି ସାହିତ୍ୟ ସାଧନାକୁ ନିଜଠାରୁ ଦେଇ ନାହାନ୍ତି ଦୂରେଇ । ୨୦୨୦ ମସିହା ଠାରୁ ଆରମ୍ଭ କରିଥିବା କବିତା, ଗଳ୍ପ ଓ ପ୍ରବନ୍ଧ ଲେଖା ସାହିତ୍ୟ ସମାଜକୁ ବେଶ୍ ଶିକ୍ଷଣୀୟ ଓ ଆନନ୍ଦ ଦେଉଛି । ତେଣୁ ଛାତ୍ରୀ କୁମାରୀ ଇତିଶ୍ରୀ ରାଉତଙ୍କୁ ଜଣେ ସୁସାହିତ୍ୟିକା କହିଲେ ଅତ୍ୟୁକ୍ତି ହେବ ନାହିଁ । କୁମାରୀ ରାଉତଙ୍କ ଏତାଦୃଶ୍ୟ ମହାନତାରେ ମୁଗ୍ଧ ହୋଇ ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ କରି କାର୍ଯ୍ୟାଳୟ ପରିସରରେ ପ୍ରଦାନ କରିଛି କରୋନା ଯୋଦ୍ଧା ପ୍ରମାଣ ପତ୍ର-୨୦୨୦, ମୋ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ” ସମ୍ପୂର୍ଣ୍ଣା ” ଏବଂ ପ୍ରଶଂସା ପତ୍ର । ଏଥିସହିତ ସାହିତ୍ୟ ଚଲାପଥ କୁସୁମିତ ନିମନ୍ତେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ।।

Leave a Reply

Your email address will not be published.