ଚେଇଁ ଶୋଇଛି ପୋଲିସ ଏବଂ ଅବକାରୀ ବିଭାଗ, ବୁଡାକଟା ଗ୍ରାମରେ ମଦରବନ୍ୟା

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅଧୀନରେ ଥିବା ବୁଡାକଟାଗ୍ରାମରେ ମଦରବନ୍ୟା ର ସୂଅଛୁଟୁଥିବାବେଳ ପୋଲିସ ପ୍ରଶାସନ ଏବଂ ଅବକାରୀ ବିଭାଗ ନିଶ୍ଚିନ୍ତରେ ସୋଇଥିବାରୁ ବୁଦ୍ଧିଜୀବୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି। କିଛି ପ୍ରଭାବଶାଳୀ ବ୍ୟକ୍ତି ଙ୍କ ଭୟରେ କିମ୍ବା ମଦମାଫିଆଙ୍କ ସଳାସୂତରା ପାଇଁ କୈାଣସି ପୋଲିସ କିମ୍ବା ଅବକାରୀ ବିଭାଗ ଏହି ଗ୍ରାମକୁପାଦଦେଉନଥିବା ଗ୍ରାମବାସୀ ଆଲୋଚନା କରୁଛନ୍ତି।ଗ୍ରାମରେ ତିନୋଟି ଅଙ୍ଗନବାଡ଼ି କେନ୍ଦ୍ର, ଗୋଟିଏ ସରକାରୀ ଉଚ୍ଚବିଦ୍ୟାଳୟ, ଗୋଟିଏ ଇଂଲିଶ ମେଡିୟମସ୍କୁଲ, ଥିବା ବେଳେ ବର୍ତମାନ କେନ୍ଦ୍ରିୟ ବିଦ୍ୟାଳୟ ଟିଏ ସ୍ଥାପିତହେଉଛି। ସଦାବେଳେ ଛାତ୍ର ଛାତ୍ରୀ ମାନେଏଠାକୁ ଯିବାଆସିବା କରୁଛନ୍ତି। ହେଲେ ପରିତାପର ବିଷୟ ଏହି ଯେ,ଏହି ଗ୍ରାମରେ ଖୋଲାଖୋଲି ଭାବେ ଦେଶୀ ବିଦେଶୀ ମଦବିକ୍ରୀ ହେଉଛି।ମଦ୍ୟପମାନେ ଦିନରାତି ମଦନିଶାରେଚୁରହୋଇ ମଝିରାସ୍ତାରେ ଆଡ୍ଡାଜମାଉଥିବାରୁ ସାଧାରଣରେ ଯିବାଆସିବା କରିବାପାଇଁ ନିରାପଦ ମଣୁନାହାନ୍ତି।ଗଡପୋଛକରୁ ବୁଡାକଟା ଆସିବାବେଳେ ଚିପ୍ସଫେକ୍ଟ୍ରି ପାଖ ଦୋକାନଠାରୁ ଆରମ୍ଭକରି ମିନିଅଙ୍ଗନବାଡିକେନ୍ଦ୍ରଘରେ, ଅଙ୍ଗନବାଡ଼ି କେନ୍ଦ୍ର କୁ ଲାଗି ଗଳି ସ୍ତାରର ଦୁଇଟି ଘରେ,ମଝିରାସ୍ତାରେଥିବା ଦୁଇଟି ଘରେ ଢ଼ାବା ପରି ମଦବିକ୍ରୀ କରୁଥିବାବେଳେ, ଗ୍ରାମର କଦମଗଛ ଛକ କିରାନା ଦୋକାନ ସମ୍ମୁଖରେ ଥିବା ଦୁଇଟି ଘରେ ଖୋଲା ଖୋଲି ଭାବରେ ମଦବିକ୍ରୀ ହେଉଛି। କେଉଁ କାରଣରୁ ପୋଲିସ କିମ୍ବା ଅବକାରୀ ବିଭାଗ ଏହି ଗ୍ରାମକୁ ଆସୁନଥିବା ସାଧାରଣରେ ଚର୍ଚ୍ଚାହେଉଛି। ବର୍ତ୍ତମାନ କୁତ୍ରା ଥାନାରେ ନୂତନ ଭାବରେ ଯୋଗଦେଇଥିବା ଥାନା ଅଧିକାରୀ ସମସ୍ତ ଢ଼ାବା ମାନଙ୍କରେ ମଦବିକ୍ରୀକୁବନ୍ଦ କରୁଥିବା ରୁ ବୁଡାକଟାଗ୍ରାମବାସୀ ଥାନା ଅଧିକାରୀ ଙ୍କ ଉପରେ ଭରଷା ରଖିଛନ୍ତି ଯେ, ତାଙ୍କ ଗ୍ରାମରେ ମଧ୍ୟ ବର୍ତ୍ତମାନ ମଦବିକ୍ରୀ ବନ୍ଦ ହୋଇପାରେ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.