କଳାପତାକା ଦେଖାଇବା ପୂର୍ବରୁ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଅଟକ ରଖିଲା ପୁଲିସ

ବାଙ୍କୀ, (ନାଗରାଜ ନ୍ୟୁଜ ): ଆଜି କଟକ ଜିଲ୍ଲାର ବଡ଼ମ୍ବା ଗୋପୀନାଥପୁରଠାରୁ ବାଙ୍କି ବୈଦେଶ୍ୱର ପର୍ଯ୍ୟନ୍ତ ମହାନଦୀ ଉପରେ ନିର୍ମାଣହୋଇଥିବା ସେତୁକୁ ଲୋକାର୍ପଣ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିବେ । ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ସହିତ ଅନ୍ୟ ମନ୍ତ୍ରୀମାନେ ବାଙ୍କୀ ଆସୁଥିବାରୁ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତି ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ଦାବିରେ ବାଙ୍କୀ କଂଗ୍ରେସ ପକ୍ଷରୁ ରାସ୍ତାରେ ମନ୍ତ୍ରୀମାନଙ୍କୁ କଳାପତାକା ଦେଖାଇବାକୁ ଯାଉଥିବାବେଳେ କଂଗ୍ରେସ ନେତା ତଥା ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀଙ୍କୁ ବାଙ୍କୀ ପୋଲିସ ଉଠାଇ ଆଣିଛି । ତେବେ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବିରେ ବିଜେପି କର୍ମୀମାନେ କଳାପତାକା ଦେଖାଇବା ପୂର୍ବରୁ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ସମେତ ଶତାଧିକ ବିଜେପିକର୍ମୀଙ୍କୁ ବିଜେପି ପାର୍ଟି ଅଫିସରୁ ଉଠାଇ ଆଣିଛି ।

Leave a Reply

Your email address will not be published.