ବଲାଙ୍ଗୀର ସଦର ପୁଲିସକୁ ମିଳିଛି ବଡ଼ ସଫଳତା

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ବଲାଙ୍ଗୀର ସଦର ପୁଲିସକୁ ମିଳିଛି ବଡ଼ ସଫଳତା । ଚୋରି, ଡକାୟତି, ଗାଡ଼ି ଡିକି ଭାଙ୍ଗି ଲୁଟ ଭଳି ଘଟଣାରେ ୩ ଜଣ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କରିଛି ବଲାଙ୍ଗିର ସଦର ପୁଲିସ । ଏନେଇ ସଦର ଏସଡିପିଓ ତୋଫାନ ବାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ୩ ଡକାୟତ ହେଲେ ରାଜା ଦାସ, ଦୟାସାଗର ଛତ୍ରିଆ ଓ ସାରଥି ବାଗ । ଏମାନଙ୍କ ମଧ୍ୟରୁ ରାଜା ଦାସ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଦୟାସାଗର ଛତ୍ରିଆ ଓ ସାରଥି ବାଗ ସୋନପୁର ଜିଲ୍ଲା ଝୁପୁଡିପଡାର ବୋଲି ଜଣା ପଡିଛି ।

ଏମାନଙ୍କ ପାଖରୁ କିଛି ନମ୍ବର୍ ପ୍ଲଟେ, ୯ ଟି ମୋବାଇଲ ଫୋନ, ପ୍ରାୟ ୧ଲକ୍ଷ ୯୦ ହଜାର ଟଙ୍କା, ସୁନା ଗହଣା, ଦୁଇଟି ମଟର ସାଇକେଲ, ମୋବାଇଲ ସିମ୍ କାର୍ଡ, ଗାଡ଼ି ନମ୍ବର ପ୍ଳଟେ ବଦଳାଇବା ପାଇଁ ବ୍ୟବହାର ହେଉଥିବା ଯନ୍ତ୍ରାଂଶ ଆଦି ଜବତ ହୋଇଛି । ପୂର୍ବରୁ ଏମାନଙ୍କ ନାମରେ ବିଭିନ୍ନ ଜିଲ୍ଲାର ଥାନାରେ ମାମଲା ରହିଥିବା ଏସଡ଼ିପିଓ ତୁଫାନ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.