ବିପଦ ସଙ୍କୁଳ ଅବସ୍ଥାରେ ପୋଲ, କେତେବେଳେ କାହାର ଜୀବନ ବି ଯାଇପାରେ !

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ସୋର-କୁପାରୀ ୫୭ ନମ୍ବର ରାଜ୍ୟ ରାଜପଥ ଖଇରା ବ୍ଲକ ଆଳଦା – ପଳସା – ଡୁଙ୍ଗୁରା ରାସ୍ତା ବିଭାଗୀୟ ଅଧିକାରୀଙ୍କ ଅବହେଳା ଚରମ ସୀମାରେ ପହଞ୍ଚିଲାଣି । କେଉଁଠି ନର୍ଦ୍ଦମା ପାଣି ତ କେଉଁଠି ବର୍ଷା ପାଣି ଜମିବା ସହିତ ଧିରେ ଧିରେ ସଙ୍କୋଚିତ ହେବାରେ ଲାଗିଲାଣି । ଦିନକୁ ଦିନ ଏପରି ଅବହେଳ ବଢିବା ସହିତ ମରଣଯନ୍ତା ପାଲଟିବା ଆରମ୍ଭ ହୋଇଛି । ଉଦାହରଣ ସ୍ବରୂପ ପଳସା ମଠ ନିକଟ ଗେଙ୍ଗୁଟି ନଈ ପୋଲକୁ ନିଆଯାଇପାରେ ! ଦୀର୍ଘଦିନ ହେବ ଏହି ପୋଲଟି ନିର୍ମାଣ ହୋଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ବିପଦ ସଂକୁଳ ଅବସ୍ଥାରେ ପଡିରହିଛି । ପୋଲ ଢଳେଇ ପାର୍ଶ୍ଵରେ ସୃଷ୍ଟି ହୋଇଛି ଗର୍ତ୍ତ । ଏହି ରାସ୍ତା ଦେଇ ଦୈନିକ ଶହଶହ ଗାଡିମୋଟର ଯାତାୟତ କରିବା ସହିତ ପ୍ରାୟ ୧୦ ଗୋଟି ପଞ୍ଚାୟତରୁ ଲୋକମାନେ ବ୍ଲକ କାର୍ୟ୍ୟାଳୟକୁ ଯିବାଆସିବା କରିଥାନ୍ତି । ଗର୍ତ୍ତ ହେବା ଦ୍ୱାରା ପୋଲଟି ଦୁର୍ବଳ ହୋଇପଡିଛି, କେତେବେଳେ ଯେ ଭୁଷୁଡି ପଡିବ, କାହା ଜୀବନ ଯିବ ତାହା କିଏ କହିପାରିବ ! ରାସ୍ତା ପ୍ରତି ସରକାରଙ୍କର ଏପ୍ରକାର ଅବହେଳା ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ବିରୋଧୀଙ୍କ ଅସ୍ତ୍ର ହେବନି ତ ? ଏହି ବାବଦରେ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ । ତେଣୁ ବିଭାଗୀୟ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Reply

Your email address will not be published.