ପୌଷଯାତ୍ରା ସମାରୋହରେ ପାଳିତ

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲାର ତୁସୁରାବହାଲ୍ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗା ଘାଟ ଠାରେ ମଲ୍ଲିକ ବଂଶ ଗୋଣ୍ଡଁ ସମାଜ ପକ୍ଷରୁ ଇଷ୍ଟ ଦେବତା ବୁଢାଦେଓ ଙ୍କ ପୌଷଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ଧରି ଅନୁଷ୍ଠିତ ପୌଷଯାତ୍ରାର ପ୍ରାରମ୍ଭରେ ସମାଜର ଇଷ୍ଟ ଦେବତା ବୁଢାଦେଓ, ଛତରବାଉତି ଓ ବାଉରିବୁଢୀଙ୍କୁ ନିତି ଅନୁଯାୟୀ ପୂଜାର୍ଚ୍ଚନା ସହ ଦେବ ନିମନ୍ତ୍ରଣ କରିବା ସହ ଦେବଗସନ କରାଯାଇଥିଲା । ଏହା ଏକ ଭିନ୍ନ ସ୍ଵରୁପ କଳା ରାଶି ଗୁଆ ଘିଅ ସହ ପ୍ରଥମେ ବଡଦେଓ , ଦ୍ଵିତୀୟ ବାଉରିବୁଢୀ, ତୃତୀୟ ଛତରବାଉତି ଆଦି ଦେବା ଦେବୀ ଉକ୍ତ ଦ୍ରବ୍ୟରେ ନିୟମ ମୁତାବକ ଗନସନ କରାଯାଇଥିଲା । ତା ପରଦିନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ଦେବା ଦେବୀ ଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଦେହୁରୀଙ୍କ ଦେହରେ ବିରାଜିତ ହୋଇ ଗାଁ ପରିକ୍ରମା କରିବା ସହ ପ୍ରଚଳିତ ପରଂପରା ଅନୁସାରେ ଦେହୁରୀ ଯାହାକୁ ପ୍ରସନ୍ନତା ହୋଇବେ ସେ ବ୍ୟକ୍ତି ଦେବତା ସହ ଆଖଡ଼ା କରିଥାନ୍ତି । ଗାଁ ପରିକ୍ରମା ସାରି ମନ୍ଦିର ବାହୁଡିବା ପରେ ସନ୍ଧ୍ୟା ରେ ବଳି ଭୋଗ ଦିଆଯାଇଥାଏ । ରାତ୍ରୀରେ ଦୂର ଦୂରଦୂରାନ୍ତରୁ ତଥା ପଡୋଶୀ ଜିଲ୍ଲାରୁ ଆସିଥିବା ସମସ୍ତ ମଲିକ ବଂଶ ଗୋଣ୍ଡଁ ସମାଜର ସଭାପତି ମୁରଲି ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଭାତୃ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମାଜ ର କର୍ମ କର୍ତ୍ତା ରାହାଶ ବିହାରି ମଲ୍ଲିକ, କମରାଜ୍ ମଲ୍ଲିକ, ଭିଷ୍କ ମଲିକ,ସୁରଥ ମଲ୍ଲିକ, ମହେନ୍ଦ୍ର ମଲ୍ଲିକ, ଲଲିତ ମଲ୍ଲିକ, କରୁଣା ସାଗର ମଲ୍ଲିକ ପ୍ରମୁଖ ଯୋଗ ଦେଇ ଏହି ଦେବଦେବୀଙ୍କ ପୂଜାପାଠ ନିଷ୍ଠା, ରିତିନୀତ, ଉପବାସ, ଦେବ ପୂଜା ବିଧି ବିଧାନ ବଡ଼ଦେଓଙ୍କ ପୌଷଯାତ୍ରା ନସରିବା ପର୍ୟ୍ୟନ୍ତ ମଲ୍ଲିକ ବଂଶ ର କେହି ପୁଅ ଝିଅ ଙ୍କ ବିବାହ ନ କରିବା ବିଧି ଉପରେ ଆଲୋକପାତ କରିଥିଲେ ।

ଯାତ୍ରା ଶେଷ ଦୀବସ ରେ ମାନସିକ ଧାରି ନିଜ ମନୋକାମନା ପୂର୍ଣ୍ଣ ପାଇଁ ସଂକଳ୍ପ କରିବା ସହିତ ଅଧିଆ ପଡିଥିଲେ । ସର୍ବ ଶେଷ ମାଁ ମାଉସୀ ପୁଷ୍ପମାଲ୍ୟ ଓ ଧୁବଚାଉଳ ଧରି ବନ୍ଦାପନା କରିବା ନିଷାଣ ମୃଦଙ୍ଗ ବାଦନ ତାଳେତାଳେ ଡାଳଖାଇସୁରରେ ନାଚ କରିଥିଲେ । ବଡ଼ ଦେଓଙ୍କ ପୌଷ ଯାତ୍ରା କୋଭିଡ କଟକଣା ନିୟମ ଅନୁସାରେ ପାଳନ କରାଯାଇଥିଲା । ବଡଦେଓ ଙ୍କ ମନ୍ଦିର ନିର୍ମାଣ ପାଇଁ ମଲ୍ଲିକ ବଂଶ ର ସମସ୍ତ ଙ୍କ ନିଜ ପରିଶ୍ରମ ଓ ଆର୍ଥିକ ସହାୟତା ରେ ମନ୍ଦିର ନିର୍ମାଣ କାର୍ୟ୍ୟ କରାଯାଇଛି ଏବଂ ସରକାରୀ ଅନୁଦାନଙ୍କୁ ବାରଣ କରାଯାଇଛି ବୋଲି ସଭାପତି ମୁରଲି ମଲ୍ଲିକ କହିଛନ୍ତି । ପୂଜକ ଲିଙ୍ଗରାଜ ମଲ୍ଲିକ, ଦାମ ମଲ୍ଲିକ ଓ ଦେହୁରୀ ଜଗଦୀଶ ମଲ୍ଲିକ ପୂଜା କାର୍ୟ୍ୟ ନିର୍ବାହ କରିଥିବାବେଳେ ଦନାର ମଲ୍ଲିକ, ଦିଲ୍ଲିପ ମଲିକ, ଭାସ୍କର ମଲ୍ଲିକ, ଉତ୍ତର ମଲ୍ଲିକ, ମନୋରଞ୍ଜନ ମଲ୍ଲିକ, ମଙ୍ଗଳ ମଲ୍ଲିକ ଓ ଶମ୍ଭୋ ମଲ୍ଲିକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରତିଦିନ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published.