ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ କରୋନାରେ ଦେହାନ୍ତ

ଭୁବନେଶ୍ଵର: ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ କରୋନାରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଥିବା ପ୍ରଣୟଙ୍କ ପୁଅ ଶାକ୍ୟ ପ୍ରତାପ ମହାରଥୀ ସୂଚନା ଦେଇଛନ୍ତି।

ପ୍ରଣୟ ମହାରଥୀ କିଛିଦିନ ତଳେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପ୍ରଣୟଙ୍କ ପୁଅ ସୂଚନା ଦେଇଛନ୍ତି। ସ୍ଵର୍ଗତ ମହାରଥୀଙ୍କ ଦେହାନ୍ତ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published.