ଦଶହରା ପାଇଁ କଟକ କମିସନରେଟ ପୁଲିସର ପ୍ରସ୍ତୁତି ବୈଠକ

କଟକ,(ନାଗରାଜ ନ୍ୟୁଜ): ଦଶହରା ପାଇଁ କଟକ କମିସନରେଟ ପୁଲିସର ଜବାହାରଲାଲ ଇଣ୍ଡୋର ଷ୍ଟାଡିଅମଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସହରରେ ୩୧ଟି ଏଡପୋଷ୍ଟ, ଭସାଣି ପାଇ ୧୪ଟି ଏଡପୋଷ୍ଟ କରାଯାଇଛି। ୨୦ଟି ପିସିଆର, ୩ଟି ସ୍ପେସିଆଲ ମୋବାଇଲ, ୪୦ଟି ବାଇକ ପିସିଆର, କୁଇକ ରିଆକ୍ସନ ଟିମଙ୍କୁ ମୁତୟନ କରାଯାଇଛି। ଭସାଣିରେ ରାତି ୧୨ଟା ପର୍ଯ୍ୟନ୍ତ ମ୍ୟୁଜିକାଲ ବାଦ୍ୟ ବଜାଇପାରିବେ। ପରେ ପାରମ୍ପରିକ ବାଦ୍ୟରେ ଭସାଣି ଅନୁଷ୍ଠିତ କରିପାରିବେ ବୋଲି ସୂଚନା ଦେଇଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ପ୍ରତ୍ୟେକ ମେଢ଼ ପାଖରେ ପୁଲିସ ରହିବେ। ବିଭିନ୍ନ ସ୍ଥାନରେ ପୋଲିସ ଏଡ ପୋଷ୍ଟ। ଟ୍ରାଫିକ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସହରକୁ ୮ ଭାଗରେ ବିଭକ୍ତ କରାଯାଇଛି। ପ୍ରତିଟି ଭାଗରେ ଜଣେ ଲେଖାଏଁ ଅଧିକାରୀ। ମଦ ବିରୋଧୀ ଅଭିଯାନ ଚାଲିଛି। ଷ୍ଟ୍ରାଇକିଂ ଫୋର୍ସ ମୁତୟନ ରହିବେ। ମସଜିଦ ଓ ଗୀର୍ଜା ସମ୍ମୁଖରେ ପୁଲିସ କର୍ମୀ ମୁତୟନ ରହିବେ। କ୍ୟୁଆରଟି ମୁତୟନ ରହିବେ। ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ।

କଟକରେ ୫୫ ପ୍ଳାଟୁନ ପୁଲିସ ଫୋର୍ସ, ୬ ଜଣ ଡିସିପି, ଅତିରିକ୍ତ ଡିସିପି rank ର ୪୦ ଅଫିସର, ୫୫ ଜଣ ଇନ୍ସପେକ୍ଟର, ଟ୍ରାଫିକ ପୁଲିସ, ହୋମଗାର୍ଡ ମୁତୟନ ହେବେ। ଆଇନ ଭଙ୍ଗକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଭିନ୍ନ ସ୍ଥାନରେ ୩୦୦ରୁ ଉର୍ଦ୍ଧ୍ବ ସିସିଟିଭି କ୍ୟାମେରା ଲାଗିଛି। କିଛି ମେଢ଼ ଜିପିଏସ ଲଗେଇଛନ୍ତି ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published.