ଦ୍ଵିତୀୟ ଭାରତୀୟ ରାଇସ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ,(ନାଗରାଜ ନ୍ୟୁଜ): ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଠାରେ ଆଜି ଠାରୁ ତିନି ଦିନ ବ୍ୟାପୀ ଦ୍ଵିତୀୟ ଭାରତୀୟ ରାଇସ କଂଗ୍ରେସ ଆରମ୍ଭ ହୋଇଛି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଆନୁଷ୍ଠାନିକ ଭାବେ ଏହି ଅଧିବେଶନକୁ ଉଦ୍ଘାଟନ କରିଛନ୍ତି । ଜାତୀୟ ଖାଦ୍ୟ ନିରାପତ୍ତା ବିଶ୍ୱ ଖାଦ୍ୟ ସଙ୍କଟ ପରିବର୍ତ୍ତନ ଶିଳ ଜଳବାୟୁରେ ଧାନ ଉତ୍ପାଦନ ବୃଦ୍ଧି ଏବଂ ଅତ୍ୟାଧୁନିକ ପ୍ରଣାଳୀରେ ଭାରତରେ ଧନ କିସମର ବିଷୟ ବସ୍ତୁକୁ ନେଇ ବୈଜ୍ଞାନିକ ମାନେ ଆଲୋଚନା କରିଛନ୍ତି । ଦେଶ ବିଦେଶ ରୁ ବିଭିନ୍ନ କୃଷି ଓ ଧାନ ଗବେଷଣା ପ୍ରତିଷ୍ଠାନ ରୁ ତିନି ଶହ ରୁ ଉର୍ଦ୍ଧ୍ବ ପ୍ରତିନିଧି ମାନେ ଏହି ଅଧି ବେଶନରେ ଯୋଗ ଦେଇଛନ୍ତି । ପ୍ରତି ଦୁଇ ବର୍ଷକୁ ଥରେ ଏହି ଅଧିବେଶନ ଅନୁଷ୍ଠିତ ହୋଇଥାଏ। ଏକାଧିକ ବୈଜ୍ଞାନିକ ଜ୍ଞାନ ଆଧାରିତ ଅଧିବେଶନ ଅନୁଷ୍ଠିତ ହୋଇଥାଏ। ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର ଠାରେ ଦ୍ଵିତୀୟ ଭାରତୀୟ ରାଇସ କଂଗ୍ରେସ ଅଧିବେଶନ କୁ ଉଦ୍ଘାଟନ କରି ସାମ୍ପ୍ରତିକ ବିଶ୍ଵରେ ଦେଖାଯାଇଥିବା ଖାଦ୍ୟ ସଙ୍କଟ କୁ ଏଡ଼ାଇବା ଉପରେ ଗୁରୁତ୍ବ ଆରୋପ କରିଛନ୍ତି.l।ଭାରତ ଖାଦ୍ୟ ଶସ୍ୟ ରପ୍ତାନି କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ଦିନକୁ ଦିନ ପ୍ରାକୃତିକ ବିପର୍ଯ୍ୟୟ ବଢ଼ୁ ଥିବାର ଦେଖାଯାଉଛି।ଏଣୁ ପ୍ରାକୃତିକ ବିପର୍ଜୟର ମୁକାବିଲା କରିବାସହ ଦେଶର ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆଧୁନିକ ପ୍ରଣାଳୀ ବ୍ୟବହାର କରି ବୈଜ୍ଞାନିକ ମାନେ ଦେଶକୁ ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ନମ୍ବର କରିପାରିବେ ବୋଲି ରାଷ୍ଟ୍ର ପତି ଆଶାପ୍ରକଟ କରିଥିଲେ। ରାଷ୍ଟ୍ର ପତି କହିଥିଲେ ଯେ ଧାନ ବା ଚାଉଳ କେବଳ ଖାଦ୍ୟ ଶସ୍ୟ ନୁହେଁ ଆମ ଭାରତୀୟ ସଂସ୍କୃତି ଓ ପରମ୍ପରା ରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚାଉଳ ହେଉଛି ଆମ ଜୀବନର ଶସ୍ୟ ଭାବରେ କୁହା ଯାଏ। ଚାଉଳ ଉତ୍ପାଦନ ଆମର ଅର୍ଥ ନୀତି କୁ ସୁଦୃଢ଼ କରିଛି।ଏହି ଅଧି ବେଶନରେ ବହୁ ଯୁବ ବୈଜ୍ଞାନିକ ଓ ମହିଳା ମାନେ ଯୋଗଦେଇଥିବାରୁ ଏହା ଆନନ୍ଦର କଥା ଏବଂ ମୁଁ ଖୁସି। ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହାର ହିଁ ଏହାର ଗୁରୁତ୍ଵ ବଢ଼ାଉଛି। ଏନ୍ ଆର୍ ଆର ଆଇ ବୈଜ୍ଞାନିକ ମାନେ ବିଭିନ୍ନ କିସମର ପୃଷ୍ଟିକର ଚାଉଳ ଉଦ୍ଭାବନ କରି ଦେଶରେ କୁପୋଷଣକୁ ଦୂର କରି ପାରିଛନ୍ତି ବୋଲି କହିଥିଲେ।

ଅନ୍ୟ ତମ ଅତିଥି ଭାବେ ଯୋଗ ଦେଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର୍ କହିଥିଲେ ଯେ ସାଡେ ଆଠ ବର୍ଷ ଶାସନ କାଳରେ ମୋଦି ସରକାର କୃଷକଙ୍କ ପାଇଁ ବହୁ ଉନ୍ନତି ମୂଳକ ଯୋଜନା କରିଛନ୍ତି। କୃଷକ ମାନଙ୍କ ସୁରକ୍ଷା ଓ କ୍ଷତି ଭରଣ ଯୋଜନା ଯୋଗୁଁ ଚାଷୀ ଭାଇ ବେଶ୍ ଉପକୃତ ହେଉଛନ୍ତି।ଏଥର ବଜେଟ ରେ ମଧ୍ୟ କୃଷି କ୍ଷେତ୍ର ପାଇଁ ଅଧିକ ବ୍ୟୟ ବରାଦ କରାଯାଇଛି। ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆମ ଦେଶ ଜେ କେବଳ ଆତ୍ମ ନିର୍ଭର ହୋଇପାରିଛି ତାହା ନୁହେଁ ଅନ୍ୟ ଦେଶକୁ ଖାଦ୍ୟ ରପ୍ତାନି କରିବା ସହ ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ଦେଶ ଗୁଡ଼ିକୁ ଖାଦ୍ୟ ସହାୟତା ଦେଇ ପାରିଛି। କୃଷକ ମାନଙ୍କ ପରିଶ୍ରମ ଏବଂ ବୈଜ୍ଞାନିକ ମାନଙ୍କ ନିଷ୍ଠା ଯୋଗୁଁ ଆଜି ଭାରତ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇ ବିଶ୍ଵରେ ପ୍ରଥମ ସ୍ଥାନ ଅଧିକାର କରି ପାରିଛି। ଏହି କାର୍ଯ କ୍ରମରେ ଓଡ଼ିଶାର ମହାମହିମ ରାଜ୍ୟ ପାଳ ପ୍ରଫେସର୍ ଗଣେଶୀ ଲାଲ, ଓଡ଼ିଶା ସରକାରଙ୍କ ର କୃଷି ମତ୍ସ୍ୟ ପଶୁ ପାଳନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଅତିଥି ଭାବରେ ଯୋଗଦେଇ କହିଲେ ବୈଜ୍ଞାନିକ ମାନଙ୍କର ଗବେଷଣା ଓ ନିଷ୍ଠା ଫଳରେ ଭାରତ ଖାଦ୍ୟ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇ ପାରିଛି। ତେଣୁ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଅଧିକରୁ ଅଧିକ ଧାନ କିସମ ଉତ୍ପାଦନ ଉପରେ ଅତିଥି ମାନେ ଆଲୋକପାତ କରିଥିଲେ। ଭାରତୀୟ କୃଷି ଅନୁସନ୍ଧାନ ର ମହାନିର୍ଦ୍ଦେଶକ ଡକ୍ଟର ହିମାଂଶୁ ପାଠକ ସ୍ଵାଗତ ଭାଷଣ ଦେଇ ଏହି ଅଧିବେଶନ ର ମୂଳ ଲକ୍ଷ୍ୟ ଉପରେ ଗୁରୁତ୍ବ ଆରୋପ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏନ୍ ଆର୍ ଆର ଆଇ ର ନିର୍ଦେଶକ ଡକ୍ଟର ଏ କେ ନାୟକ, ଏ ଆର ଆର ଡବ୍ଲୁ ସଭାପତି ପି କେ ଅଗ୍ରୱାଲ ପ୍ରମୁଖ ଉପସ୍ଥିତି ଥିଲେ। ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ ତିନୋଟି ସ୍ମରଣିକା ଏବଂ କୃଷି ସମ୍ପର୍କିତ ପୁସ୍ତକ କୁ ଉନ୍ମୋଚନ କରିଥିଲେ।

Leave a Reply

Your email address will not be published.