ଶ୍ରୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ, (ନାଗରାଜ ନ୍ୟୁଜ): ରାଜଭବନରୁ ଶ୍ରୀମନ୍ଦିର ଯାଏଁ କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ୱତନ୍ତ୍ର କାରକେଡ୍ ମଧ୍ୟରେ ରାଷ୍ଟ୍ରପତି ଜଗନ୍ନାଥ ମନ୍ଦିରରେ ପହଞ୍ଚିଛନ୍ତି । ବର୍ତ୍ତମାନ ମନ୍ଦିର ଭିତରେ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ୪୫ ମିନିଟ୍ ଧରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଠାରେ ରହିବାର କାର୍ୟ୍ୟକ୍ରମ ରହିଛି ।

Leave a Reply

Your email address will not be published.