ଢେଙ୍କାନାଳ କଲେଜର ସମସ୍ୟାକୁ ନେଇ ପ୍ରେସମିଟ୍

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳରେ ବିଭିନ୍ନ ସମସ୍ୟାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦିତ ନୂଆ ୮ଟି ବିଷୟରେ ସ୍ନାତକୋତର ବା ପିଜି ଖୋଲିଥିବାରୁ ପୁରତାର ଛାତ୍ର ସଂଘ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାାଯାଇଥିଲା । ଏହାସହ ନୂଆ ବିଷୟରେ ପାଠ ପଢାରେ ସହଯୋଗ ପାଇଁ ଆବଶ୍ୟକ ଭିର୍ତ୍ତିଭୂମି ସହ ଖାଲିପଡିଥିବା ଅଧ୍ୟାପକ ଅଧ୍ୟାପିକା ପଦବୀ ପୁରଣ କରିବାକୁ ଦାବି କରିଛି । ପାଠପଢା ପାଇଁ କଲେଜରେ ଉପଯୁକ୍ତ ଭିତ୍ତିଭୂମି ନାହିଁ । ସେହିପରି ସମସ୍ତ ପିଜି ବିଭାଗକୁ ନେଇ ଏକ ସ୍ୱତନ୍ତ୍ର ବ୍ଲକ ନିର୍ମାଣ, ଆବଶ୍ୟକ ଅଧ୍ୟାପକ, ଅଧ୍ୟାପିକା ପଦବି ପୁରଣ କରିବା, ବିରଷ୍ଠ ଅଧ୍ୟାପକ ନିଯୁକ୍ତ କରିବା, ଲାଇବ୍ରେରୀ, ଲାବ୍ରୋଟାରୀ, ଖେଳ ପଡିଆ ନିର୍ମାଣ ପାଇଁ ଦାବି କରିଥିଲେ । ଏହାସହ କଲେଜ ନାମରେ ଏପର୍ଯ୍ୟନ୍ତ ଜମି ପଟ୍ଟା ନାହିଁ ।

ମାର୍ଚ୍ଚ ୨୦୨୨ ସୁଧା ସମସ୍ତ କଲେଜକୁ ପଟ୍ଟ ଯୋଗାଇଦେବାକୁ ସରକାର ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ ହେଁ, ତାହା ଏପର୍ଯ୍ୟନ୍ତ ହୋଇ ପାରିନାହିଁ । ତେଣୁ ତୁରନ୍ତ ୩୪ ଏକର ଜମିର ପଟ୍ଟା ଯୋଗାଇଦେବାକୁ ଦାବାକୁ ସଂଘ ଦାବିକରିଥିଲା । ସମ୍ମିଳନୀକୁ ସମ୍ପାଦକ ବିଶ୍ୱନାଥ ବେହେରା ପରିଚାଳନା କରିଥିବା ବେଳେ ସାନମାନିତ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ,ଅନ୍ୟତମ ଅତିଥିଭାବେ କଲେଜ ଅଧ୍ୟକ୍ଷ ରଞ୍ଜିତ କୁମାର ପ୍ରଧାନ, ବିରଞ୍ଚି ନାରାୟଣ ପାଣି, ପ୍ରଦୁ୍ୟମ୍ନ ରଥ, ଅଟଳ ବିହାରୀ ଦାଶ, ଦୀପକ ପଟ୍ଟନାୟକ, ସୁକାନ୍ତ କୁମାର ମିଶ୍ର, ବେଣୁଧର ସାହୁ, ପ୍ରକାଶ ଚନ୍ଦ୍ର କୁଅଁର, ଶିବସାଇ ମହାପାତ୍ର, ରତନ ନାୟାର, ସୁନିଲ ଦାଶ, ରଂଜନ ନାୟକ, ଡ. ସମ୍ବିତ କୁମାର ସାହୁ, ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.