ନିର୍ବାଚିତ ପ୍ରତିନିଧିଙ୍କ ସାମ୍ବାଦିକ ସମ୍ମିଳନୀ, ସାଂସଦଙ୍କ ପ୍ରତିନିଧି ମିଥ୍ୟା ଆରୋପ ଲଗାଉଥିବା ଅଭିଯୋଗ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧିନ କୁପାରୀ ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ ଏବଂ ୩ନଂ ଯୋନର ଜିଲ୍ଲାପାରିସଦଙ୍କ ମିଳିତ କୁପାରୀ ପଞ୍ଚାୟତ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ କୁପାରୀ ସରପଞ୍ଚ ଜ୍ୟୋସ୍ନାରାଣୀ ଦାସ,ସମିତିସଭ୍ୟ ଅକ୍ଷୟ କୁମାର ଜେନା ଏବଂ ଜିଲ୍ଲାପରିଷଦ ଗଜେନ୍ଦ୍ର ପ୍ରସାଦ ଦାସ ଉପସ୍ଥିତ ରହି ଖଇରା ବ୍ଲକର ପୂର୍ବତ୍ତନ ଉପାଧ୍ୟକ୍ଷ ତଥା ଭଦ୍ରକ ଲୋକସଭା ସାଂସଦଙ୍କ ପ୍ରତିନିଧି ଜୟନ୍ତ କୁମାର ରାଉତ ରାଜନୈତିକ ଉଦେଶ୍ୟ ରଖି ବିଭିନ୍ନ ସଭା ଏବଂ ଗଣମାଧ୍ୟମରେ ସେମାନଙ୍କ ନାମରେ ମିଥ୍ୟା ଆରୋପ ଲଗାଇ ବଦନାମ କରୁଥିବା ଅଭିଯୋଗ କରିଛନ୍ତି।ସାଂସଦଙ୍କ ପ୍ରତିନିଧି ଶ୍ରୀ ରାଉତ ଖଇରାରେ ଏକ ସଭାରେ କୁପାରୀ ପଞ୍ଚାୟତରେ ପିଡିଏସ ସାମଗ୍ରୀର ଦୁର୍ନୀତି ହେବା କଥା କହିବା ସମସ୍ତ ହିତାଧିକାରୀଙ୍କୁ ପିଡିଏସ ସାମଗ୍ରୀ ମିଳୁନାହିଁ ବୋଲି ଅଭିଯୋଗ କରିଥିଲେ।ସେହିପରି ବାହାର ରାଜ୍ୟରୁ ଆସି କୁପାରୀ ଅଞ୍ଚଳରେ ରହି ଶ୍ରମିକ ଭାବେ କାର୍ଯ୍ୟକରୁଥିବା ବ୍ୟକ୍ତିମାନଙ୍କୁ ଅନୁପ୍ରବେଶକାରୀ ଆଖ୍ୟା ଦେଇଥିଲେ ଏବଂ ସ୍ଥାନୀୟ ସରପଞ୍ଚ ବେଆଇନ ଭାବେ ସେମାନଙ୍କର ଆଧାର ସଂଶୁଧନ କରୁଥିବା କହିବା ସହିତ ସେମାନଙ୍କୁ ଜମି କିଣିବାରେ ସହଯୋଗ କରିଥିବା ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ।ତା ସହିତ ଶ୍ରୀ ରାଉତ ସ୍ଥାନୀୟ କିଛି ସଙ୍ଘଠନର ଯୁବକଙ୍କ ଉପରର ଚାପ ପକାଇ ସରପଞ୍ଚଙ୍କ ନାମରେ ମିଥ୍ୟା ଆରୋପ ଲଗାଇଥିବା ସରପଞ୍ଚ ଅଭିଯୋଗ କରିବା ସହିତ ସଙ୍ଘଠନର ଯୁବକ ମାନେ କିଛିଦିନପରେ ପଞ୍ଚାୟତକୁ ଆସି ତାଙ୍କ ନିକଟରେ ଶ୍ରୀ ରାଉତଙ୍କ ଚାପରେ ପଡ଼ି ଏଭଳି ମନ୍ତବ୍ୟ ଦେଇଥିବା କହିଥିବା କହିଛନ୍ତି।ଅନ୍ୟପଟେ ବାହାର ରାଜ୍ୟରୁ ଆସି ଏଠାରେ ରହୁଥିବା ବ୍ୟକ୍ତିଙ୍କର ପୂର୍ବରୁ ଏଠାରେ ଆଧାର କାର୍ଡ ରହିଥିଲା।କିଛି ଲୋକଙ୍କୁ ମେଡିକାଲ କେସରେ ସ୍ଥାନୀୟ ଆଶା ତାଙ୍କ ପାଖକୁ ନେଇକି ଆସିଥିବାରୁ ସେ ଆଇନ ଅନୁଯାଇ ଆଧାର ସଂଶୋଧନ କରିଥିବା ସରପଞ୍ଚ ଜ୍ୟୋସ୍ନାରାଣୀ ଦାସ କହିବା ସହିତ ସେମାନେ ପଶ୍ଚିମବଙ୍ଗ ଖଡ଼ଗପୁର ଅଞ୍ଚଳର ବୋଲି କହିଛନ୍ତି।ବାହାର ରାଜ୍ୟର ବ୍ୟକ୍ତିମାନେ ଜମି କିଣିବା ବାବଦରେ ସେ ଜାଣିନଥିବା କହିବା କହିଛନ୍ତି।ଅନ୍ୟପଟେ ରାଜ୍ୟ ସରକାର ୧୦୦ଭାଗ ପିଡିଏସ ସାମଗ୍ରୀ ଯୋଗାଇ ପାରୁନଥିବାବେଳେ ଯାହା ଆସୁଛି ସେଇ ଅନୁଯାଇ ହିତାଧିକାରୀଙ୍କୁ ବଣ୍ଟାଯାଉଥିବା ସମିତିସଭ୍ୟ ଶ୍ରୀ ଜେନା କହିଛନ୍ତି।କୁପାରୀ ପଞ୍ଚାୟତ ସରପଞ୍ଚ ଏବଂ ସମିତିସଭ୍ୟ ବିଜେପି ସମର୍ଥିତ ହୋଇଥିବାବେଳେ କୁପାରୀ ଯୋନର ଜିଲ୍ଲାପରିଷଦ ବିଜେପି ଦଳର ହୋଇଥିବାରୁ ସାଂସଦଙ୍କ ପ୍ରତିନିଧି ଶ୍ରୀ ରାଉତ ଶାସକ ବିଜେଡି ଦଳର ହୋଇଥିବାରୁ ସେ ରାଜନୈତିକ ଉଦେଶ୍ୟ ରଖି ମିଥ୍ୟା ଅପପ୍ରଚାର କରୁଥିବା ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଦାସ ଅଭିଯୋଗ କରିବା ସହିତ ସାଂସଦଙ୍କ ପ୍ରତିନିଧି ଶ୍ରୀ ରାଉତ ପୂର୍ବରୁ ବ୍ଲକ ଉପାଧ୍ୟକ୍ଷ ଥିବାବେଳେ କୁପାରୀ ଅଞ୍ଚଳରେ ମନରେଗା ଯୋଜନାରେ ପୋଖରୀ ଖୋଳା ନାଁରେ ଲକ୍ଷାଧିକ ଟଙ୍କାର ମୋରମ ଚୋରା ଚାଲାଣ କରି ବିକ୍ରି କରିବା ସହିତ ସେତେବେଳେ ସେ ରାଜନୌତିକ ଉଦେଶ୍ୟ ରଖି ପଞ୍ଚାୟତର ୧୦୦ରୁ ଉର୍ଦ୍ଧ୍ବ ଯୋଗ୍ୟ ହିତାଧିକାରୀଙ୍କ ନାମରେ ଆବାସ ଘର କାଟିଦେଇ ଦଳୀୟ ଭିର୍ତ୍ତିରେ ଅଯୋଗ୍ୟ ହିତାଧିକାରୀଙ୍କୁ ଦେଇଥିବା ଅଭିଯୋଗ କରିବା ସହିତ ଏବେବି ବଟି ନେଇ ଅଞ୍ଚଳର ମାଙ୍କଡ଼ା ପଥର ଏବଂ ମୋରମ ବେପାରୀଙ୍କୁ ସୁରକ୍ଷା ଦେଉଥିବା ଶ୍ରୀ ଦାସ ଅଭିଯୋଗ କରିଛନ୍ତି।ଅନ୍ୟପଟେ ସାଂସଦଙ୍କ ପ୍ରତିନିଧି ଶ୍ରୀ ରାଉତ ଲଗାଇଥିବା ମିଥ୍ୟା ଆରୋପର ପ୍ରମାଣ ଦେଲେ ସେମାନେ ରାଜନୀତିରୁ ସନ୍ୟାସ ନେବେବୋଲି ଜିଲ୍ଲାପରିଷଦ ସଭ୍ୟ ଗଜେନ୍ଦ୍ର ପ୍ରସାଦ ଦାସ,ସରପଞ୍ଚ ଜ୍ୟୋସ୍ନାରାଣୀ ଦାସ ଏବଂ ସମିତିସଭ୍ୟ ଅକ୍ଷୟ କୁମାର ଜେନା କହିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ସରପଞ୍ଚ,ସମିତିସଭ୍ୟ ଏବଂ ଜିଲ୍ଲାପରିଷଦଙ୍କ ସମେତ ୱାର୍ଡ ସଭ୍ୟା ମମତା ରାଣୀ ବିଶ୍ୱାଳ,ଦିବ୍ୟାଭାରତୀ ମହାପାତ୍ର,ସନାତନ ଗିରି,ବିଜେପି କର୍ମୀ ହରେକୃଷ୍ଣ ଜେନା,ଶ୍ୟାମସୁନ୍ଦର ମୁଖୀ,ସନ୍ତୋଷ କୁମାର ସାହୁ,ରମାକାନ୍ତ ପଲେଇ, ହୁର୍ଷିକେଶ ରାଉତ,ମାଳତୀ ପଣ୍ଡା,କାମିନିକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.