କାଳି ପୂଜା ନେଇ ସମ୍ବାଦିକ ସମ୍ମିଳନୀ

କଟକ, (ନାଗରାଜ ନ୍ୟୁଜ): ଆସନ୍ତା ୪ରେ ମା’ କାଳୀଙ୍କ ପୂଜା । ଏଥିପାଇଁ କଟକର ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତ ଆରମ୍ଭ ହୋଇଗଲାଣି । ଚଳିତବର୍ଷର କାଳୀପୂଜାକୁ କିଭଳି ଶାନ୍ତିପୂର୍ଣ୍ଣ ଭାବେ ଶେଷ କରାଯିବ ସେ ନେଇ ଆଜି ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା ପ୍ରସ୍ତୁତି ବୈଠକ । ବୈଠକରେ ଟ୍ୱିନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂ, ବିଭିନ୍ନ ଜୋନର ଏସିପି, ଥାନା ଅଧିକାରୀ, ମହାନଗର ଶାନ୍ତି କମିଟି, ପୂର୍ବାଞ୍ଚଳ ଶାନ୍ତି କମିଟି କର୍ମକର୍ତ୍ତା, ପୂଜା କମିଟିର ସଭାପତି ଓ ସମ୍ପାଦକମାନେ ଉପସ୍ଥିତ ଥିଲେ । ତେବେ ୪ରେ କାଳୀପୂଜା ହେଉଥିବା ବେଳେ ୬ ତାରିଖରେ ଭଷାଣୀ ହେବ । ସମସ୍ତ ମଣ୍ଡପର ମୂର୍ତ୍ତିଗୁଡିକୁ ଦେବୀଗଡାରେ କାଠଯୋଡ଼ି ନଦୀର କୃତ୍ରିମ ପୋଖରୀରେ ଭଷାଣୀ କରାଯିବା ନେଇ ସ୍ଥିର ହୋଇଛି । ହେଲେ ଭଷାଣୀରେ ମା’ଙ୍କୁ ଟ୍ରାକ୍ଟରରେ ନେବା ପାଇଁ ପୂଜା କମିଟିମାନେ କମିଶନରେଟ ପୋଲିସକୁ ପ୍ରସ୍ତାବ ଦେଇଥିଲେ ।

ଅନ୍ୟପକ୍ଷରେ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ବିଭିନ୍ନ ଥାନା ଅଧିକାରୀଙ୍କୁ କୁହାଯାଇଛି । ପୂଜା ସମୟରେ ମଣ୍ଡପରେ ପୂଜା କମିଟିମାନେ କୋଭିଡ ଗାଇଡଲାଇନର ନିୟମ ମାନି। ସେହିଭଳି ମା’ କାଳୀଙ୍କ ୪ ଫୁଟ ଉଚ୍ଚତାର ମୂର୍ତ୍ତି କରାଯାଇ ପୂଜା କରାଯି। ଆଉ ପରଦା ଟଣାଯାଇ ଦର୍ଶନ କରିବାକୁ ମଧ୍ୟ ବାରଣ କରାଯାଇଛି । କୌଣସି ମଣ୍ଡପ ଖିଲାପ କରନ୍ତି ତେବେ ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବ । ଚଳିତବର୍ଷ ମା’ ଦୁର୍ଗାଙ୍କ ପୂଜା ସହରରେ ଯେଉଁପରି ଭାବେ ଶେଷ କରାଗଲା ସେହିଭଳି ଚଳିତବର୍ଷର କାଳୀପୂଜାକୁ ଶେଷ କରିବା ପାଇଁ ବୈଠକରେ ସ୍ଥିର କରାଯାଇଛି ବୋଲି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗଣମାଧ୍ୟମକୁ କହିଛନ୍ତି । ଆସନ୍ତା ୪ରେ ମା’ କାଳୀଙ୍କ ପୂଜା ହେଉଥିବା ବେଳେ ବର୍ତ୍ତମାନ ପୂଜା ମଣ୍ଡପରେ ପ୍ରସ୍ତୁତି ଜୋରଦାର ଚାଲିଛି।

Leave a Reply

Your email address will not be published.