ଭାରତୀୟ ଜନତା ପାର୍ଟି ପକ୍ଷରୁ କଟକ ଜିଲ୍ଲାପାଳ କାର୍ଯ୍ୟାଳୟଠାରେ ବିକ୍ଷୋଭ

କଟକ,(ନାଗରାଜ ନ୍ୟୁଜ): ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ଜଣେ ପୁଲିସ କର୍ମ ଚାରି ଗୁଳି କରି ହତ୍ୟା କରିବା ଏବଂ ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ବିରୋଧ କରି ଆଜି ଭାରତୀୟ ଜନତା ପାର୍ଟି କଟକ ନଗର ପକ୍ଷରୁ ଜିଲ୍ଲା ପାଳ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆନ୍ଦୋଳନ କାରୀ ମାନେ ପୋଲିସ କର୍ଡନ କୁ ଭାଙ୍ଗି ଭିତରକୁ ପ୍ରବେଶ କରିବା ବେଳେ ପୋଲିସ ସହିତ ଆନ୍ଦୋଳନ କାରୀଙ୍କ ଧସ୍ତା ଧାସ୍ତୀ ହୋଇଥିଲା। ଫଳରେ ପରିସ୍ଥିତି ଉତେଜନା ପୂର୍ଣ୍ଣ ହୋଇଥିଲା। ପୋଲିସ ଆନ୍ଦୋଳନ କାରୀଙ୍କୁ ଗିରଫ କରିଥିଲେ।ନଗର ସଭାପତି ଲଲାଟେନ୍ଦୁ ବଡୁ, ମହିଳା ମୋର୍ଚ୍ଚାର ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ସିକନ୍ଦର ଅଲ୍ଲୀ ବାକ୍ସ,ନୟନ କିଶୋର ମହାନ୍ତି ପ୍ରମୁଖ ଶତାଧିକ କର୍ମୀ ମାନେ ଗିରଫ ହୋଇଥିଲେ। ସନ ସାଇନ୍ ପଡିଆ ଠାରୁ ବି ଜେ ପି କର୍ମୀ ମାନଙ୍କର ବିରାଟ ଶୋଭା ଯାତ୍ରା ବାହାରି ଜିଲ୍ଲା ପାଳ କାର୍ଯ୍ୟାଳୟ ରେ ପହଞ୍ଚିବା ପରେ କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ। ନଗର ସଭାପତି ଲଲାଟେନ୍ଦୁ ବଡୁ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଦଳର ନେତା ମାନେ ଅଭିଯୋଗ କଲେ ଯେ କେବଳ କଟକ ଜିଲ୍ଲା ନୁହେଁ ସମଗ୍ର ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡିଛି। ଗତ କିଛି ବର୍ଷ ହେବ ରାଜ୍ୟରେ ସାଇବର ଅପରାଧ ଶିଶୁ ଅଫରଣ, ଲୁଟ୍ ବଳାତ୍କାର ହତ୍ୟା ଭଳି ଅପରାଧ ବୃଦ୍ଧି ପାଉଛି। ନିକଟରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ଜଣେ ପୋଲିସ ଗୁଳି କରିବା ଅପରାଧର ଏକ ଜ୍ୱଳନ୍ତ ଉଦାହରଣ। ମୁଖ୍ୟ ମନ୍ତ୍ରୀ ନିଜର ନୈତିକତା ହରାଇଛନ୍ତି । ବି ଜେ ଡି ସରକାର ରାଜ୍ୟ ବାସୀଙ୍କୁ ସୁରକ୍ଷା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନରେ ନୟନ କିଶୋର ମହାନ୍ତି, ପ୍ରବିଣା ମହାପାତ୍ର, କଳ୍ପନା ପଟ୍ଟନାୟକ, ସାକ୍ୟ ସିଂ, ସିକନ୍ଦର ଅଲ୍ଲୀ ପ୍ରମୁଖ ବିକ୍ଷୋଭ ରେ ସାମିଲ ହୋଇଥିଲେ।

Leave a Reply

Your email address will not be published.