ଖଇରା ଷ୍ଟେଟବ୍ୟାଙ୍କ ଶାଖା ତରଫରୁ ଜନସଚେତନତା କାର୍ଯ୍ୟକ୍ରମ

ଖଇରା,(ନାଗରାଜ ନ୍ୟୁଜ):  ରିଜର୍ଭ ବ୍ଯାଙ୍କ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ତା ୦୪/୧୧/୨୨ ରିଖ ଶୁକ୍ରବାର ଦିନ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶିକ୍ଷକ ଭବନ ପରିସରରେ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ତରଫରୁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏସ ବି ଆଇ ଖଇରା ଶାଖା ପରିଚାଳକ ସୁଚିସ୍ମିତା ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜନ ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଯାଙ୍କ କର୍ମଚାରୀ ମାନେ ଯୋଗଦେଇ ବ୍ଯାଙ୍କ ପ୍ରଦତ୍ତ ସେବା ଓ ଋଣନେଇ ତା’ର ସୁବିନିଯୋଗ କରି ବ୍ଯବସାୟକୁ କିପରି ସୁଦୃଢ କରି ପ୍ରତିଷ୍ଠିତ ହୋଇ ପାରିବା ସେଥିନେଇ ଆଲୋଚନା କରିଥିଲେ । ଏଥିରେ ସ୍ଥାନୀୟ ମହିଳା ଗୃପ୍, ସ୍ଥାନୀୟ ବ୍ଯବସାୟୀ ଓ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ମାନେ ଯୋଗଦେଇଥିଲେ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅରୁଣ କୁମାର ଦାସ ଓ ଅଭିରାମ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ ।

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.