ପୁରୀ ସି.ଡି.ଏମ.ଓଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ପୁରୀ,(ନାଗରାଜ ନ୍ୟୁଜ): ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଶତାଧିକ କର୍ମଚାରୀମାନେ , ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥବର୍ମା ଙ୍କୁଭେଟି ସି.ଡି.ଏମ.ଓ.ଙ୍କୁ ଦୁର୍ବ୍ୟବହାର କରିଥିବା ବ୍ୟକ୍ତି ଶ୍ରୀ ଭେକଟର ମିଶ୍ର ଙ୍କଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି . ଗତ ୧୧.୦୪.୨୦୨୩ ତାରିଖରେ ରଥୟାତ୍ରା ପ୍ରଥମ ସମନ୍ୱୟ ବୈଠକ ଚାଲିଥିବା ବେଳେ, ଜନୈକ ବ୍ୟକ୍ତି ରଥ ଯାତ୍ରା ସମ୍ବର୍ଦ୍ଧିତ ପ୍ରଶ୍ନ ନପଚାରି, ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଉତ୍ତର ମାଗିଥିଲେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା: ସୁଜାତା ମିଶ୍ରଙ୍କୁ ଆକ୍ଷେପ କରି ବୈଠକରେ କହିଥିଲେ . ରଥଯାତ୍ରା ବୈଠକରେ ରଥଯାତ୍ରା ସମ୍ବଧିତ ପ୍ରଶ୍ନ ନପଚାରି ଅନ୍ୟସ୍ୱାସ୍ଥ୍ୟ ସମ୍ବଧୀୟ କଥା ପଚାରିବା କେତେ ଯୁକ୍ତିଯୁକ୍ତ ଓଏହି ପ୍ରସଙ୍ଗକୁ ନେଇ କି ସିଡିଏମଓଙ୍କୁ ଆକ୍ଷେପ ଓ ଦୁର୍ବ୍ୟବହାର କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଘୋର ନିନ୍ଦାକରୁଛି ଏବଂଜୈନିକ ହେକଟର ମିଶ୍ରଙ୍କ ବିରୋଧରେ ତୁରନ୍ତକାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି. ଆଗାମୀ ୪୮ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ , ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନ୍ୟନ୍ୟାୟିକ ପନ୍ଥା ଗ୍ରହଣ କରାଯିବ ଓ ରଥଯାତ୍ରାରେ ସହଯୋଗ କରାଯିବନାହିଁ ବୋଲି ଦାବିପତ୍ରରେ ଉଲେଖ କରାଯାଇଛି. ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡା:ଦେବୀ ମହାପାତ୍ର, ଡା:ଲଲାଟେନ୍ଦୁ ମିଶ୍ର , ଡା:ବିରଜା ଶଙ୍କର ରଥ , ଡା:ସୁନୀଲ ତରାଇ , ଡା:ସୌମ୍ୟରଞ୍ଜନ ସରଙ୍ଗୀ , ଡା:ସଞ୍ଜୟ କୁମାର ପ୍ରଧାନ, ଡା:ବିଶ୍ୱଜିତ ମିଶ୍ର , ଡା:ଆଶିଷ ମହାପାତ୍ର, ଡା:ସନ୍ତୋଷ କୁମାର ତ୍ରିପାଠୀ, ଡା:ବିନୟ କୁମାର ପଣ୍ଡା , ଶ୍ରୀ ବିଜୟ କୁମାର ନାୟକ, ଡିପିଏମ ଶ୍ରୀ ଟି.ନାରାୟଣ ରାଓ ଅଶୋକ କୁମାର ସାହୁ,,ସନ୍ତୋଷ କୁମାର ମିଶ୍ର ଓ ବ୍ଲକ ଜିଲ୍ଲାସ୍ତରୀୟ ପ୍ରାୟ ଶତାଧିକ ସ୍ୱାସ୍ଥ୍ୟ କର୍ମଚାରୀ ଆସି ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ ।

Leave a Reply

Your email address will not be published.