ପୁରୀରେ ବିଶ୍ୱ ମହିଳା ଦିବସ ପାଳିତ

ପୁରୀ, (ନାଗରାଜ ନ୍ୟୁଜ): ବିଶ୍ୱ ମହିଳା ଦିବସ ଉପଲକ୍ଷେ ଓଡ଼ିଶାର ପୂର୍ବତନ ବାଚସ୍ପତି, ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରୀ ତଥା ବର୍ତ୍ତମାନ ପୁରୀ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହେଶ୍ୱର ମହାନ୍ତି ଜଟିଆ ବାବା ଛକରେ ଥିବା ବିଜୁ ଜନତା ଦଳ କାର୍ଯ୍ୟାଳୟ ଓ ପୁରୀ ସହରରେ ଥିବା ଅନ୍ୟ ସଂଗଠନ ଗୁଡିକରେ ଶତାଧିକ ମହିଳାଙ୍କୁ ନେଇ ବିଶ୍ୱ ମହିଳା ଦିବସ ମହା ସମାରୋହରେ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ପୁରୀ ମ୍ୟୁନିସିପାଳିଟିର ପୂର୍ବତନ ଉପ ନଗରପାଳ ସବ୍ୟସାଚୀ ମହାପାତ୍ର , ପୁରୀ ଜିଲ୍ଲା ବିଜୁ ଜନତା ଦଳର ମହିଳା ଉପସଭାପତି ଶ୍ରୀମତୀ ଅରୁଣୀମା ନନ୍ଦ, ପୂର୍ବତନ ନଗରପାଳିକା ଶ୍ରୀମତୀ ଶାନ୍ତିଲତା ପ୍ରଧାନ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ନାରୀମାନେ କିପରି ନିଜହାତରେ ନିଜେ ସ୍ୱାବଲମ୍ବୀ ହୋଇ ପାରିବେ ସରକାର ନାରୀଶକ୍ତି ର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯୋଜନା ତିଆରି କରଛନ୍ତି ବୋଲି ବିଜେଡି ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତି ମତ ରଖିଥିଲେ ।

Leave a Reply

Your email address will not be published.