ପୁରୀ ପୁଲିସକୁ ମିଳିଲା ବଡ଼ ସଫଳତା, ୧୬୫ଗ୍ରାମ ବ୍ରାଉନସୁଗାର ଜବତ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ପୁଲିସକୁ ପୁଣି ଥରେ ବଡ଼ ସଫଳତା । ଚନ୍ଦନପୁର ଥାନା ପୁଲିସ ଦ୍ୱାରା ୧୬୫ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଏଥିସହ ୭୫୬୦ ଟଙ୍କା, ଦୁଇଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୬ଲକ୍ଷ ୫୦୦୦୦ଟଙ୍କା ହେବ । ଏହି ଘଟଣାରେ ବଳଙ୍ଗା ଥାନା ଭାନପୁରର ସୁନୀଲ ଦାସ ଓ ପିପିଲିର କାର୍ତ୍ତିକ ଚନ୍ଦ୍ର ବୋଷଙ୍କୁ ଗିରଫ କରାଯାଇ ଏନଡିପିଏସ ଆକ୍ଟ ୨୧(ବି)ରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଚନ୍ଦନପୁର ଥାନା ଆଇଆଇସି ସୁଶାନ୍ତ କୁମାର ବେହେରା ଓ ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ଚନ୍ଦନପୁର ସିଡ଼ି ଛକ ନିକଟରୁ ଦୁହିଁଙ୍କୁ ଗିରଫ କରାଯାଇଥିଲା । ଘଟଣାର ଅଧିକ ତଦନ୍ତ ଚାଲୁଥିବା ଅତିରିକ୍ତ ଏସପି କହିଛନ୍ତି।

Leave a Reply

Your email address will not be published.