ପୁରୀରେ ୨୦୦ମିଲିମିଟର ବର୍ଷା ରେକର୍ଡ, ଆହୁରି ବର୍ଷିବ ବୋଲି ଆଇଏମଡି ପକ୍ଷରୁ ସୂଚନା

ପୁରୀ, (ନାଗରାଜ ନ୍ୟୁଜ): ବାତ୍ୟା ‘ଜୱାଦ’ର ବେଗ ମନ୍ଥର ହୋଇଯାଇଛି । ତାହା ଦୁର୍ବଳ ହୋଇ ତୀବ୍ର ଅବପାତ ରୂପରେ ପୁରୀର ନିକଟତର ହେବାର ସମ୍ଭାବନା ଥିବା କଥା ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ‘ଜୱାଦ’ କ୍ରମଶଃ ଉତ୍ତର ଆଡ଼କୁ ଗତି କରିବା ପରେ ଓଡ଼ିଶା ଉପକୂଳ ଦେଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତିଶୀଳ ହୋଇ ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ତୀବ୍ର ଅବପାତ ପାଲଟି ପୁରୀ ନିକଟରେ ପହଞ୍ଚିବ । ଅନ୍ୟପଟେ ବାତ୍ୟା ଅଧିକ ବର୍ଷା ଆଣୁଥିବାରୁ ସମଗ୍ର ଉପକୂଳ ସମେତେ ସଂଲଗ୍ନ ଅଂଚଳରେ ୪ ଓ ୫ ତାରିଖ ପ୍ରବଳ ବର୍ଷା ଫଳରେ ଓଡିଶାର ଜନ ଜୀବନ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି । ପୁରୀରେ ଆଜି ୨୦୦ମିମି ବର୍ଷା ରେକର୍ଡ କରାଯାଇଛି । ଏହାସହ ଆହୁରି ବର୍ଷିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ପୁରୀରେ ଜନସାଧାରଣଙ୍କ ନିମନ୍ତେ ନିମନ୍ତେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave a Reply

Your email address will not be published.