ପୁରୀ ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରାରମ୍ଭିକ ସଂସ୍କାର ଯଜ୍ଞ ଅନୁଷ୍ଠିତ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରାରମ୍ଭିକ ସଂସ୍କାର ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୭.୩୦ ରେ ହରଚଣ୍ଡୀ ସାହି ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରାରମ୍ଭିକ ସଂସ୍କାର ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁନି କୁନି ନବାଗତ ଶିଶୁମାନଙ୍କ ଶିକ୍ଷା ର ପ୍ରାରମ୍ଭରେ ଏହି ଯଜ୍ଞ ଅନୁଷ୍ଠିତ କରାଯାଇଛି। ଶିଶୁମାନଙ୍କ ଆଗମନରେ ବୌଦ୍ଧିକ ମଣ୍ଡପରେ ଆୟୋଜନ କରାଯାଇଥିବା ବେଳେ ଶିଶୁମାନଙ୍କୁ କିଭଳି ସଂସ୍କାର ମୂଳକ ଭାବରେ ଗଢି ତୋଳାଯିବ ମା ମାନଙ୍କୁ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପସଭାପତି ଶ୍ରୀମତୀ ସ୍ବର୍ଣ୍ଣାଲତା ଦାସ, ସହସମ୍ପାଦିକା ମମତାରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଧାନଚାର୍ଯ୍ୟ ରବୀନ୍ଦ୍ର କୁମାର ନନ୍ଦ ପୁର୍ଣ ପରିଚାଳନା କରିଥିଲେ।

Leave a Reply

Your email address will not be published.