ନାରେନ୍ ଉଚ୍ଚ ବିଦ୍ୟାଳୟରେ ନେହେରୁ ଯୁବକେନ୍ଦ୍ର ଦ୍ଵାରା କୁଇଜ ପ୍ରତିଯୋଗିତା 

ଟିଟିଲାଗଡ଼, (ନାଗରାଜ ନ୍ୟୁଜ): ଟିଟିଲାଗଡ଼ ବ୍ଲକ ସ୍ଥିତ ନାରେନ୍ ଗ୍ରାମର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ନେହେରୁ ଯୁବ କେନ୍ଦ୍ର ଅନୁମୋଦନରେ ବର୍ଷା ଜଳ ସଂରକ୍ଷଣକୁ ନେଇ ଟିଟିଲାଗଡ଼ ବ୍ଲକ ସ୍ୱେଚ୍ଛାସେବୀ ସରୋଜ ପୁଝାରୀଙ୍କ ନେତୃତ୍ୱରେ କୁଇଜ ପ୍ରତିଯୋଗିତା ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ ସହ ଶିକ୍ଷକ ଧରଣୀ ଧର ବେହେରା, ପ୍ରେମରାଜ ନାୟକ, ରମେଶ ପୁଟେଲ, ଫକୀର ମୋହନ ସାହୁ, ବନମାଳୀ ସ୍ୱାଇଁ, ବିରଞ୍ଚି ଲାଲ ଆଡ଼ଜୁଆଡ଼ ପ୍ରମୁଖ ଉପସ୍ଥିତ ରହି କୁଇଜ ପ୍ରତିଯୋଗିତା ହେବା ଆଗରୁ ବର୍ଷା ଜଳ ସଂରକ୍ଷଣ କୁ ନେଇ ଅବିଭାଷଣ ମାଧ୍ୟମରେ ଛାତ୍ର ଛାତ୍ରଛାତ୍ରୀଙ୍କୁ ବୁଝାଇ ଥିଲେ । କୁଇଜ ପ୍ରତିଯୋଗିତା ସରିବା ପରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ଜଳ ଶପଥ ଗ୍ରହଣ କରିଥିଲେ । ଆଜି ଉକ୍ତ ବିଦ୍ୟାଳୟରେ ଶିକ୍ଷକ ଓ ଅବିଭାବକଙ୍କ ବୈଠକ ମଧ୍ୟ ବସାଯାଇଥିଲା ।

Leave a Reply

Your email address will not be published.