ଲଟାବାଇଁଶିଆ ଗ୍ରାମରେ ରାଧା ମାଧବଜିଉଙ୍କ ଦୋଳ ପର୍ବ ଅନୁଷ୍ଠିତ 

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ସାରା ରାଜ୍ୟରେ ରାଧା ମାଧବଜିଉଙ୍କ ଦୋଳ ପର୍ବ ଚାଲିଥିବା ବେଳେ ରାଧା କୃଷ୍ଣ ବିବାନରେ ସବାର ହୋଇ ଗାଁ ଗାଁ ବୁଲି ପୂଜା ପାଉଛନ୍ତି l ସେହି ପରି ଗତକାଲି ଦେଓଗାଁ ପଂଚାୟତ ଅନ୍ତର୍ଗତ ଲଟାବାଇଁଶିଆ ଗ୍ରାମରେ ଅନୁଷ୍ଠିତ ହୋଇଛି ଦୋଳ ପୂର୍ଣ୍ଣମା l ଲହୁଡି ବାଡ଼ି ଖେଳର ତାଳେ ତାଳେ ଶ୍ରୀ ରାଧାମାଧବ ମଧ୍ୟ କରିଥିଲେ ଗାଁ ଭ୍ରମଣ l ପ୍ରତ୍ୟେକଘର ଘର ବୁଲି ଭୋଗ ଲାଗି ହୋଇଥିଲା l ତେବେ ପ୍ରଥା ଅନୁସାରେ ପ୍ରଭୁ ରାଧା ମାଧବ ନିଜର ବିଜେ ସ୍ଥଳ ଛାଡି ବିବାନ ଯୋଗେ ଲହୁଡି ବାଡ଼ି ଖେଳ ଏବଂ ସଂକୀର୍ତ୍ତନର ତାଳେ ତାଳେ ଘର ଘର ବୁଲିବା ସହ ଭୋଗ ଲାଗି ହୋଇଥାନ୍ତି l ଉକ୍ତ ଉତ୍ସବରେ କୁନି ପିଲାଙ୍କ ବାଡ଼ି ଖେଳ ଅତନ୍ତ୍ୟ ଚିତାକର୍ଷକ ହୋଇଥିବାବେଳେ ଗ୍ରାମର ଏବଂ ଗ୍ରାମ ବାହାରର ଅନେକ ବ୍ୟକ୍ତି ବାଡ଼ି ଖେଳର ମଜା ନେବା ସହ ପ୍ରଭୁ ରାଧା ମାଧବଙ୍କ ଦର୍ଶନ ଲାଭ କରିଥିଲେ l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.