ବିଜେଡି କଵ୍ଜାରେ ରାଜଗାଙ୍ଗପୁର ପୌରାଧ୍ୟକ୍ଷ ଆସନ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସବୁ କଳ୍ପନା ଜଳ୍ପନାର ଅନ୍ତଘଟାଇ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ପୌରାଧ୍ୟକ୍ଷ ଆସନଟି ବିଜେଡି ନିଜ କବ୍ଜାକୁ ନେଇଛି । ଏହି ଆସନପାଇ ମୋଟ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ । ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ଦଳ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ, ହେଲେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି କଂଗ୍ରେସ ଦଳର ପାକାବାବୁ‌ ନିଜର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେଇଥିଲେ। ହେଲେ ‌ପରେ ସ୍ବାଧୀନ ପ୍ରାର୍ଥୀ ଜୟଦେବ ଦାସଙ୍କୁ ଦଳ ବାହାରୁ ସମର୍ଥନ କରିଥିଲା । ସେହିପରି ବିଜେପି ‌କୁଳଦୀପ ସିଂଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା । ବିଜେଡିର ଗୋଷ୍ଠୀ କନ୍ଦଳ ଯୋଗୁଁ ପୁରୁଖା ନେତା ମଙ୍ଗଳାକିଶାନ ପୈରନିର୍ବାଚନରୁ ଦୁରେଇ ରହିବାରୁ ଦଳ ନବାଗତ ମାଧୁରୀ ଲୁଗୁନ୍ ଙ୍କୁ ଭରସା ରଖି ନିର୍ବାଚନକୁ ଛାଡିଥିଲା ।

ବିଜେଡିର ଜିଲ୍ଲା ସଭାପତି ବିନୟଟପୋ ଏବଂ କର୍ମୀମାନେ ଏହାକୁ ଚାଲେଞ୍ଜ ଭାବେ ଗ୍ରହଣ କରି ‌ ମାଧୁରୀ ଲୁଗୁନ୍ ଙ୍କୁ ବିଜୟୀ କରିବାପାଇଁ ଦିନ ରାତି ଏକକରି ଭୋଟରଙ୍କୁ ମତାଇଥିଲେ। ହେଲେ ଗତକାଲି ନିର୍ବାଚନ ଫଳାଫଳ ଘୋଷଣା ହେବାରୁ ମାଧୁରୀ ଲୁଗୁନ୍ ବହୁ ଭୋଟ ବ୍ୟବଧାନରେ ବିଜେପିର କୁଳଦୀପ ସିଂ ଙ୍କୁ ପରାସ୍ତ କରି ଅଧ୍ୟକ୍ଷା ପଦ ହାତେଇନେଇଛନ୍ତି । ଶ୍ରୀମତୀ ଲୁଗୁନ୍ ଦଶହଜାର ରୁ ଉର୍ଦ୍ଧ୍ବ ଭୋଟପାଇଥିବାବେଳେ , ବିଜେପି ର କୁଳଦୀପ ସିଂ ପାଖାପାଖି ସାତ ହଜାର ଭୋଟ ପାଇଥିବା ଜଣାପଡିଛି । ରାଜଗାଙ୍ଗପୁର ସହରବାସୀ ବହୁ ଆଶା ଭରସା କରି ତାଙ୍କୁ ବିଜୟୀ କରାଇଥିବାରୁ ସମସ୍ତ ଙ୍କୁ କୃତଜ୍ଞତା ଜଣାଇବା ସହିତ ସେମାନଙ୍କର ଆଶାଭରସାକୁ ବ୍ୟର୍ଥ ହେବାକୁ ଦେଲେନି ବୋଲି ସେ କହିଛନ୍ତି ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.