ଆକ୍ସନ ମୋଡରେ ରାଜଗାଙ୍ଗପୁର ପୁଲିସ

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୁଲିସ ବର୍ତ୍ତମାନ ଆକ୍ସନ ମୋଡ଼ରେ ଥିବା ଦେଖିବାକୁ ମିଳିଛି । ରାଜଗାଙ୍ଗପୁର ସହରରୁ ଏକ ସିମେଣ୍ଟ ଲୋଡ ଡମ୍ପର ଚୋରି ହୋଇଥିବା ଲିଖିତ ଅଭିଯୋଗ ପାଇବା ପରେ ରାଜଗାଙ୍ଗପୁର ପୁଲିସ ସଙ୍ଗେ ସଙ୍ଗେ ସମସ୍ତ ରାସ୍ତାକୁ ସିଲ କରି କାନଶବାହାଲ ଫାଣ୍ଡି ଅଧିକାରଙ୍କ ମିଳିତ ସହଯୋଗରେ ୨ଘଣ୍ଟା ମଧ୍ୟରେ ଘୋଘର ରାସ୍ତାରୁ ଚୋରି ହୋଇଥିବା ଡମ୍ପର ସହ ଚୋରକୁ ଧରିବାରେ ସଫଳ ହୋଇଛି । ଘଟଣାରୁ ଜଣାଯାଇଛିଯେ, ରାଜଗାଙ୍ଗପୁର କୁମ୍ଭାରପଡ଼ା ନିବାସୀ ଶ୍ୟାମ କୁମାର ଦାଶଙ୍କ ଡମ୍ପର ଗତକାଲି ଡାଲମିଆ ସିମେଣ୍ଟ କାରଖାନାରୁ ୨୪୦ ବସ୍ତା ସିମେଣ୍ଟ ଲୋଡ କରି ମାଟିଗେଟ ନିକଟରେ ଗାଡ଼ି ରଖିଦେଇ ଡ୍ରାଇଭର ନିକଟରେ ଥିବା ଢାବାକୁ ଖାଇବାକୁ ଯାଇଥିଲେ ।

ଠିକ ସେହି ସମୟରେ ଡମ୍ପର ଚୋରି ହୋଇଯାଇଥିଲା । ଚୋରି ସମ୍ପର୍କରେ ଡମ୍ପର ମାଲିକ ରାଜଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଡମ୍ପରରେ ଲୋଡ ହୋଇଥିବା ୨୪୦ ବସ୍ତା ସିମେଣ୍ଟ ମୂଲ୍ୟ ପାଖାପାଖି ଦଶଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି ।

Leave a Reply

Your email address will not be published.