ଅଳିଆ ଗଦାରେ ପଡୁଛି ରାସନ କାର୍ଡ

ବାଲେଶ୍ଵର, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର ଖଇରା ବ୍ଲକ । ଏହା ବାଲେଶ୍ଵର-ଭଦ୍ରକ ସୀମାନ୍ତରେ ଅବସ୍ଥିତ । ଯେଉଁଠି ଏବେବି ଶହଶହ ଗରିବ ଲୋକ ରାସନ କାର୍ଡ ଖଣ୍ଡେ ପାଇବା ପାଇଁ କାର୍ଯ୍ୟାଳଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି ଅଥଚ ହଜାର ହଜାର ରାସନ କାର୍ଡ ଅଳିଆ ଗଦାରେ ପଡିଥିବା ଦେଖାଯାଇଛି । ଯାହା ଗତକାଲି ଗଣମାଧ୍ୟମ ପ୍ରତିନିଧିଙ୍କ ନଜରକୁ ଆସିଥିଲା । ଖବର ସଂଗ୍ରହରୁ ଜଣାଯାଇଛିଯେ, ବ୍ଲକ ପରିସରରେ ଥିବା ପୁରୁଣା ଘରଟି କିଛିଦିନ ଧରି ଭଙ୍ଗା ଚାଲିଛି । ଏହି ସମୟରେ କାର୍ଯ୍ୟାଳୟର କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ହଜାର ହଜାର ରାସନ କାର୍ଡ ପଡିଥିବାର ବିଶେଷ ସୂତ୍ରରୁ ଗଣମାଧ୍ୟମ ନଜରକୁ ଆସିଥିଲା ।

 

ଖବରପାଇ ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ପହଞ୍ଚିଥିଲେ । ଏହି ସମୟରେ ଘର ଭାଙ୍ଗିବା ଦାୟିତ୍ୱରେ ଥିବା ଠିକାଦାରଙ୍କ ସହିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବଚସା ମଧ୍ୟ ହୋଇଥିଲା । ଯାହାଦ୍ୱାରା ଘଟଣା ସ୍ଥଳରେ ଲୋକଙ୍କ ଭିଡ ଜମିଥିଲା । କ୍ରମେ ବଚସାରୁ ଗଣ୍ଡଗୋଳ ସୃଷ୍ଟି ହେବାରୁ ବିଡିଓ ପର୍ଶୁରାମ ପଣ୍ଡାଙ୍କୁ ଯୋଗାଯୋଗ କରାଯାଇଥିଲା କିନ୍ତୁ ସମ୍ଭବ ହୋଇପାରିନଥିଲା । ବିଭାଗୀୟ ଏମଆଇ ନିରଞ୍ଜନ ସାହୁଙ୍କୁ ଯୋଗାଯୋଗ କରିବାରୁ ପୁରୁଣା ରାସନ କାର୍ଡ ବୋଲି କହି ସଫେଇ ଦେଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯେଉଁଠି ଗରିବ ହିତାଧିକାରୀ କାର୍ଡ ପାଇବାରୁ ବଞ୍ଚିତ ହେଉଛନ୍ତି, ସେହି ସ୍ଥାନରେ ଅଳିଆ ଗଦାରେ ପଡୁଛି ହଜାର ହଜାର ରାସନ କାର୍ଡ । ଠିକାଦାରଙ୍କ ଦାଦାଗିରି, ଏମଆଇ ନିରଞ୍ଜନ ସାହୁଙ୍କୁ ତୁରନ୍ତ ଏଠାରୁ ବଦଳି ଓ ଉପଯୁକ୍ତ ତଦନ୍ତ କରିବାକୁ ଦାବି କରିଛନ୍ତି ଜନସାଧାରଣ ।

Leave a Reply

Your email address will not be published.