ଏକାଦଶାହ କର୍ମ ଉପଲକ୍ଷେ ସ୍ମୃତିଚାରଣ ସଭା

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଖନ୍ତାପଡା ନିକଟସ୍ଥ କାଶବାଜଇପୁର ଗ୍ରାମରେ ସ୍ବର୍ଗତ ଗୟାଚାନ୍ଦ ପଣ୍ଡାଙ୍କ ଏକାଦଶାହ କର୍ମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ସ୍ମୃତିଚାରଣ ଓ ଶୋକସଭା ଅନୁଷ୍ଠିତ ହୋଇଥିଲା । ସ୍ମୃତିଚାରଣ ସହିତ ସ୍ବର୍ଗତ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ଅନୁଷ୍ଠିତ ସ୍ମୃତିଚାରଣ ସଭାକୁ ଅନ୍ତର୍ଯ୍ୟାମୀ ପଣ୍ଡା(ପୁଣ୍ଟୁ ନନା) ପରିଚାଳନା କରିଥିଲେ । ବଡ଼ପୁତ୍ର ହରିଶନ୍ଦ୍ର ପଣ୍ଡାଙ୍କ ସମେତ ସଞ୍ଜୟ ପଣ୍ଡା, ବଳଭଦ୍ର ପଣ୍ଡା, ଅନନ୍ତ ପଣ୍ଡା, ଅଚ୍ୟୁତ ପଣ୍ଡା, ଅକ୍ଷୟ ପଣ୍ଡା, ସୁମନ୍ତ ନନ୍ଦ, ବସନ୍ତ ନନ୍ଦ, ପର୍ଶୁରାମ ନନ୍ଦ, କଳ୍ପିତା ପାଢୀ ଓ ଆତ୍ମୀୟ ସ୍ୱଜନ ପ୍ରିୟ ପରିଜନ ଶୋକସଭାରେ ଯୋଗଦାନ କରି ସ୍ବର୍ଗତ ଆତ୍ମାର ସ୍ମୃତିଚାରଣ କରିଥିଲେ । ଜାମାତା ଅଧ୍ୟାପକ ଦ୍ୱାରିକାନାଥ ଶତପଥୀ ବେଦପାଠ କରିଥିଲେ । ଶେଷରେ ଜାମାତା ଶ୍ରୀଯୁକ୍ତ ଶତପଥୀ ଧନ୍ୟଵାଦ ଅର୍ପଣ କରିଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.