ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକଙ୍କ ପରଲୋକ

କଟକ,(ନାଗରାଜ ନ୍ୟୁଜ): ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକଙ୍କ ପରଲୋକ । କଟକ ସ୍ଥିତ ସିଡିଏ ସେକ୍ଟର ୯ ନଂ ସ୍ଥିତ ବାସଭବନରେ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ଲିଭର ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ରାତିରେ ତାଙ୍କର ମୃତୁ୍ୟ ହୋଇଛି । ସେ ବହୁ ଓଡ଼ିଆ ଫିଲ୍ମ ରେ ସଂଳାପ ଲେଖିଛନ୍ତି । ବହୁ ଓଡ଼ିଆ ନାଟକ ସହ ଟେଲି ସିରିଏଲରେ ମଧ୍ୟ ସଂଳାପ ରଚନା ଜାରି ରଖିଥିଲେ। ତାଙ୍କର ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ଶେଷ ଦର୍ଶନ କରିଛନ୍ତି । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏମ୍.ଏ ଓ ଏମ୍.ଫିଲ୍ । ସେ କାନାରା ବ୍ୟାଙ୍କ୍ ସେବାରୁ ଅବସରପ୍ରାପ୍ତ । ସେ ଏକାଧାରକେ ନାଟ୍ୟକାର, ନାଟ୍ୟ ନିଦେ୍ର୍ଧଶକ, ନାଟ୍ୟ ଅଭିନେତା, ନାଟ୍ୟ ସଙ୍ଗଠକ ଥିଲେ । ତାଙ୍କ ଦ୍ୱାରା ପ୍ରକାଶିତ ନାଟ୍ୟ ପୁସ୍ତକ : ୧-ଚଉକି ୨- ନାକ୍ଟା ଚିତ୍ରକର ୩-ଇଚ୍ଛା ବନାମ ପଦ୍ମନାଭ ୪-ଦାନବୀୟ ୫-ମୁକ୍ତି ଏକ ଭୁଲ୍ ଶବ୍ଦ ୬-ଟିଟୋ ୭-ଗୁଣିଆ ଝାଡେଲୋ ଡାହାଣୀ ୮-ଗୋଇଠା ୯-ମନ ତୋହର ନିଜ ଗୁରୁ ୧୦-ତିତ୍ଲି ୧୧- ଏକାଧିକ ଏକାଙ୍କିକା । ସଇତାନର କବର ଉପରେ ମୁଁ ମଣିଷ, ଆଠ କାନ୍ଥର ଅମରାବତୀ, କସ୍ତୁରୀ, ହୁଏନସାଂଙ୍କ ଭାରତ ପରିଭ୍ରମଣ, ଚିରକାଳ ମିଦାସ୍ /ଉଭା କୁବେର ପୋତା ସପନ, ଚଉକି, କାଶୀ ପିଉସୀ, ବାଘ ଶିକାର) ୧୨- ଗାଁ ୧୩-ମାର୍ଫତ୍ ଈଶ୍ୱର ୧୪-ହା’କୃଷ୍ଣ ୧୫-ବଧିର ଈଶ୍ୱର ଅପ୍ରକାଶିତ ନାଟକ : ୧-ହାରାକିରି ୨-ନୟନ ପିତୁଳା ୩- ଫିକା ଆକାଶ ୪- କାଶୀନାଥ ୫- ଅନ୍ୟ ଏକ ଶ୍ମଶାନ ସନ୍ଧାନରେ ୬- ଶାମୁକା ସମାଧି ୭-ନ’ଅଙ୍କ ୮- ଆରେ ବାୟା ସବୁ ମାୟା ୯-ତଥାପି ପ୍ରତୀକ୍ଷା ୧୦- ନିରପେକ୍ଷ ନିଦେ୍ର୍ଧଶକ ୧୧- ହାରିବା ଡେରିଅଛି ୧୨- ଅନେଶତ ପବନ ୧୩- ହନୁମାନ ପଇସା ୧୪- ବି.ପି.ଏଲ୍ ୧୫-ଅକ୍କୁ ଶିକାର ୧୬-ନିର୍ବାକ୍ ।

ନାଟ୍ୟ ନିଦେ୍ର୍ଧଶନା ଦେଇଥିଲେ ୧-ପଳାତକ ୨- ଗୁଣ୍ଡା ୩- ଧୃତରାଷ୍ଟ୍ରର ଆଖି ୪-ମୋର ବା ଦୋଷ କ’ଣ ୫-ହାରାକିରି ୬-ନୟନ ପିତୁଳା ୭- ଭିନ୍ନ ଏକ ଶ୍ମଶାନ ସନ୍ଧାନରେ ୮-ବଧିର ଈଶ୍ୱର ୯-ସଇତାନ କବର ଉପରେ ମୁଁ ମଣିଷ ୧୦-ଟିଟୋ ୧୧-ନିରପେକ୍ଷ ନିଦେ୍ର୍ଧଶକ ୧୨-ଦାନବୀୟ ୧୩-ମନ ତୋହାର ନିଜ ଗୁରୁ ୧୪- ଶାମୁକା ସମାଧି ୧୫- ଆରେ ବାୟା ସବୁ ମାୟା ୧୬- କାଶୀନାଥ ୧୭-ଫିକା ଆକାଶ ୧୮- ଗୋଇଠା ବାବା ୧୯-ଗାଁ ୨୦- ହନୁମାନ ପଇସା ୨୧- ଅନେଶତ ପବନ ୨୨- ହା’କୃଷ୍ଣ ୨୩- ମାର୍ଫତ ଈଶ୍ୱର ୨୪-ଚଉକି ୨୫-କସ୍ତୁରୀ ୨୬-କାଶୀ ପିଉସୀ ୨୭-ଗୁଣିଆ ଝାଡେଲୋ ଡାହାଣୀ ୨୮- ହୁଏନସାଂଙ୍କ ଭାରତ ପରିଭ୍ରମଣ ୨୯-ହାରିବା ଡେରି ଅଛି ୩୦-ଉଭା କୁବେର ପୋତା ସପନ ୩୧-ବାଘ ଶିକାର ୩୨- ଆଠ କାନ୍ଥର ଅମରାବତୀ । ନାଟ୍ୟ ଅଭିନୟ ୧-ଯଥା ନଳସ୍ୟ ଦମୟନ୍ତୀ ୨-ପରିଶୋଧ ୩-ଯୋଗ ବିଯୋଗ ୪- ପଳାତକ ୫-ଗୁଣ୍ଡା ୬- ସନ୍ନ୍ୟାସୀ ୭- ଅଥଚ •ଣକ୍ୟ ୮- ରାଜକୀୟ, ୯-କାଳ ପୁରୁଷ ୧୦- ଆଠ କାନ୍ଥର ଅମରାବତୀ ୧୧- ମୁଁ ସଇତାନ କହୁଛି, ୧୨-ମହାନଦୀରେ ବନ୍ୟା ୧୩-ବଧିର ଈଶ୍ୱର ୧୪- ଟିଟୋ ୧୫-ଆରେ ବାୟା ସବୁ ମାୟା ୧୬- ମନ ତୋହର ନିଜ ଗୁରୁ ୧୭- ସମୁଦ୍ର, ୧୮-ହୁଏନସାଂଙ୍କ ଭାରତ ପରିଭ୍ରମଣ ୧୯-ଚଉକି ୨୦-ପ୍ରାପ୍ତି ୨୧-ସ୍ନୋ ୱାଇଟ୍ ଗେଷ୍ଟ୍ ହାଉସ୍ ୨୨-ଉଭା କୁବେର ପୋତା ସପନ ୨୩-ଧୂଳି ଘରୁ ଆକାଶ ଆଡକୁ ୨୪-ଇଚ୍ଛା ବନାମ ପଦ୍ମନାଭ ୨୫-ଆମ ଘରର ହାଲ୍•ଲ୍ ଚଳଚ୍ଚିତ୍ର ଚିତ୍ରନାଟ୍ୟ । ସଂଳାପ ଓ ଗୀତ ରଚନା : ୧-ଗୋପରେ ବଢ଼ୁଛି କଳା କହ୍ନେଇ ୨-ରକତ ଚିହ୍ନିଛି ନିଜର କିଏ ୩- ସମୟ ଖେଳୁଛି ଚକା ଭଉଁରୀ ୪- ବର୍ଷା ମାଇଁ ଡାର୍ଲିଂ ୫- ପ୍ରେମ ଋତୁ ଆସିଲାରେ ୬- ମୁଁ ତତେ ଲଭ୍ କରୁଛି ୭- ସତ୍ୟମେବ ଜୟତେ ୮- ମତେ ତ ଲଭ୍ ହେଲାରେ ୯- ଦିୱାନା ୧୦- ଡନ୍ ୧୧- ରୋମିଓ ଦି ଲଭ୍ରବୟ ୧୨-ୱାନ୍ ଫୋର୍ ଥ୍ରୀ ଆଇ ଲଭ୍ ୟୁ ୧୩- ମୁଁ କ’ଣ ଏତେ ଖରାପ ୧୪-ଇଡିଏଟ୍ ୧୫-ପ୍ରେମୀ ନମ୍ବର ୱାନ ୧୬-ରଜା ଝିଅ ସାଂଗେ ହେଇଗଲା ଭାବ ୧୭-ଶପଥ ୧୮-ପର୍ଶୁରାମ ୧୯-ପାରିବେନି କେହି ଅଲଗା କରି ୨୦-ମୁଁ ଏକା ତୁମର ୨୧-ମ୍ୟାଟି୍ରକ୍ ଫେଲ୍ ୨୨-ସମ୍ଥିଙ୍ଗ୍ ସମ୍ଥିଙ୍ଗ୍ ୨୩- ମା’ଖୋଜେ ମମତା ୨୪-ଠିକ୍ ତୋରି ପରି ଝିଅଟିଏ ୨୫-ପ୍ରେମୀ ୨୬-ତୋର ମୋର ପ୍ରେମ କାହାଣୀ ୨୭-ଦଣ୍ଡାବାଳୁଙ୍ଗା (ଭାଗ-୨) ୨୮-ଦିୱାନା ହେଲି ତୋ ପାଇଁ ୨୯-ସୁପର ମିଛୁଆ ୩୦- ପ୍ରେମରେ ପ୍ରେମରେ ୩୧-ଅଶୋକ ସମ୍ରାଟ ୩୩-ଭଲ ପାଏ ତତେ ଶହେରୁ ଶହେ ୩୪-ତୋର ଦିନେକୁ ମୋର ଦିନେ ୩୫- ଆଇ ଲଭ୍ ୟୁ (ଭାଗ-୨)୩୬-ଲଭ୍ ପାଇଁ କୁଛ୍ ଭି କରେଗା ୩୭-ଶକ୍ତି ୩୮-ଦିଲ୍ ଦିୱାନା ହେଇଗଲା ୩୯-ସିଷ୍ଟର୍ ଶ୍ରୀଦେବୀ ୪୦-ଫ୍ରେଣ୍ଡ୍ସିପ୍ ୪୧-ଶ୍ରୀମାନ୍ ସୁରଦାସ । ଧାରାବାହିକ ରଚନା ୧-ଗୁଣିଆ ଝାଡେଲେ ଡାହାଣୀ ୨-ମହାଯଜ୍ଞ ୩-ସ୍ୱାଭିମାନ ୪-ତୋ ଅଗଣାରେ ତୁଳସୀ ମୁଁ ୫-କେମିତି ଏ ବନ୍ଧନ ୬- ପରୀ ୭-ସିନ୍ଦୂର ବିନ୍ଦୁ ୮- ଜୟ ମା’ ଲକ୍ଷ୍ମୀ ୯-ନୂଆ ବୋହୂ ୧୦-ସାବିତ୍ରୀ ୧୧-ମଙ୍ଗଳା ଚରଣ । ସଙ୍ଗୀତ ନିଦେ୍ର୍ଧଶନା ଓ ଗୀତ ରଚନା: ୧-ସାଇ ଅମୃତ ୨-ଲକ୍ଷେ ଫଗୁଣ ୩-ଦୁର୍ଗତିନାଶିନୀ ଦୁର୍ଗା ୪-ଜୟ ମା’ ଲକ୍ଷ୍ମୀ ୫-ଛାତି ଚଲ୍ କଲା ୬-ଟାଇମ୍ପାସ୍ ଇତ୍ୟାଦି ଆଲ୍ବମ୍ ଓ ଧାରାବାହିକର ସଙ୍ଗୀତ ନିଦେ୍ର୍ଧଶନା ଓ ଗୀତ ରଚନା ।

ଅନ୍ୟାନ୍ୟ : ୧-ଆକାଶବାଣୀ, କଟକ, ସମ୍ବଲପୁର ଓ ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ ଅଭିନେତା । ୨- ଭୁବନେଶ୍ୱର ଦୂରଦର୍ଶନରେ “ସାହିତ୍ୟ ପତି୍ରକା”, “ଦର୍ଶକ ଦରବାର”, “ଦୂର ଦିଗନ୍ତ” କାର୍ଯ୍ୟକ୍ରମରେ ଆଙ୍କର୍ ଭାବେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ସାକ୍ଷାତକାର । ୩- ୧୨ଟି ପ୍ରାମାଣିକ ଚିତ୍ରର ପ୍ରଯୋଜନା, ରଚନା ଓ ନିଦେ୍ର୍ଧଶନା (ସମସ୍ତ ଚିତ୍ର ଦୂରଦର୍ଶନ, ଭୁବନେଶ୍ୱର ଦ୍ୱାର ପ୍ରସାରିତ ।) ୪-ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ୍ ଟେଲିଭିଜନ ଇନ୍ଷ୍ଟିଚୁ୍ୟଟ୍ର ଅତିଥି ଅଧ୍ୟାପକ । ୫- କଳିଙ୍ଗ ଷ୍ଟୁଡିଓର ନିଦେ୍ର୍ଧଶକ । ତାଙ୍କୁ ସାହିତ୍ୟ ଏକାଡୋମୀ ପୁରଷ୍କାର -୨୦୦୨ ୨-ସଙ୍ଗୀତ ନାଟକ ଏକାଡୋମୀ ପୁରଷ୍କାର-୨୦୧୩ ୩-ପ୍ରଜାତନ୍ତ୍ର ପ୍ରସାର ସମିତି, କଟକ ଦ୍ୱାରା ଜଷ୍ଟିସ୍ ହରିହର ମହାପାତ୍ର ସ୍ମାରକୀ ପୁରଷ୍କାର ୪-ନାଟ୍ୟମ୍ ସମ୍ମାନ,ଅନଗୁଳ ୫- କବି ହଳଧର ନାଗ୍ ଜୟନ୍ତୀ ସମ୍ମାନ ୬-ଆଦି ନାଟ୍ୟକାର ସମ୍ମାନ ୭-ଗଣକବି ବୈଷ୍ଣବ ପାଣି ସମ୍ମାନ ୮-ରଙ୍ଗମଂଚ ସମ୍ମାନ, ରାଉରକେଲା ୯-ଚଳଚ୍ଚିତ୍ର ଜଗତ ସମ୍ମାନ ୧୦- ଚିତ୍ରଲିପି ପୁରଷ୍କାର ୧୧-ବାଣୀଚିତ୍ର ସମ୍ମାନ ୧୨-ଉକ୍ରଳ ଯୁବ ସାଂସ୍କୃତିକ ସଂଘ ସମ୍ମାନ, କଟକ ୧୩- ତରଙ୍ଗ ସିନେ ଆୱାର୍ଡ ୧୪-ଓଡ଼ିଶା ଫିଲ୍ମ ଫେୟାର୍ ଆୱାର୍ଡ ୧୫-ତରଙ୍ଗ ପରିବାର ଆୱାର୍ଡ ୧୬-ରାମଚନ୍ଦ୍ର ମିଶ୍ର ସ୍ମୃତି ପୁରଷ୍କାର ୧୭-ଯଦୁମଣି ଦାସ ମହାପାତ୍ର ସମ୍ମାନ ୧୮-ଉକ୍ରଳ ସାହିତ୍ୟ ସମାଜ ସମ୍ମାନ ୧୯-କସ୍ତୁରୀ ସମ୍ମାନ, ରାଉରକେଲା ୨୦- ସମ୍ପର୍କ ସମ୍ମାନ, ରାଉରକେଲା ୨୧-ସ୍ୱସ୍ତି ଝଙ୍କାର ସମ୍ମାନ, ରାଉରକେଲା ୨୨-ପ୍ରମୋଦ ତ୍ରିପାଠୀ ସ୍ମାରକୀ (ପ୍ରମୋଦନାମା) ସମ୍ମାନ ୨୩-ଛେଣ୍ଡ୍ ସାଂସ୍କୃତିକ ପରିଷଦ ସମ୍ମାନ, ରାଉରକେଲା ମିଳିଥିଲା ।

Leave a Reply

Your email address will not be published.