ଘଣ୍ଟାପଡ଼ା ବନାଞ୍ଚଳରେ ହାତୀଙ୍କ ଉପଦ୍ରବ, ଚିନ୍ତାରେ ଅଞ୍ଚଳବାସୀ

ବୌଦ୍ଧ,(ନାଗରାଜ ନ୍ୟୁଜ): ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ଘଣ୍ଟାପଡ଼ା ସେକସନରେ ଆଜକୁ ଆଠଦିନ ହେବ ହାତୀମାନଙ୍କ ଉପଦ୍ରବ ଲାଗି ରହିଛି। ବନ ବିଭାଗର କର୍ମଚାରୀ ଘଉଡାଇବାରେ ନୟାନ୍ତ ହୋଇସାରିଲେଣି। ୧୦ଘରିଆ ହାତୀପଲସଂଧ୍ୟା ହେଲେ ଗାଁ ଗାଁ ପଶି ତାଟି କବାଟ ଭାଙ୍ଗି ଘରୁ ଧାନ ଖାଇ ଦେଉଛନ୍ତି ତ କାର ବିଲରଖଳାରୁ ଅମଳ ଧାନ ଖାଇ ଦେଉଛନ୍ତି।ଆହୁରୀ ମଧ୍ୟ ବର୍ତ୍ତମାନ ହେଉଥିବା ପନିପରିବା ବାଡିରେ ପଶି ଫସଲ ମଧ୍ୟ ନଷ୍ଟ କରିଦେଉଛନ୍ତି। ଏହା ପ୍ରତିଦିନର କାର୍ଯ୍ୟ। ସଂଧ୍ୟା ହେଲେ ଲୋକେ ଭୟରେ ତାଟି କବାଟ ବନ୍ଦକରି ଚେଇଁ ରହୁଛନ୍ତି । ଏପରି ସ୍ଥଳେ ଲାଇନ କଟିବା ଭୟକୁ ଦ୍ଵିଗୁଣିତ କରିଦେଉଛି । ଫଳରେ ଭଗବାନ ଭରସାରେ ଲୋକମାନେ କାଳାତିପାତ କରୁଛନ୍ତି।ଗୁରବାର ଭୋର ସମୟରେ ଅଞ୍ଚଳର କୋଡ଼ିବାହାଲ , କ୍ଷେତିପଡ଼ା, ସୁର୍କାଭଟ୍ଟା,ଅଞ୍ଚଳର ବହୁ ଚାଷ ନଷ୍ଟ କରିଦେଇଛନ୍ତି।ଗୋବର୍ଦ୍ଧନ ପ୍ରଧାନଙ୍କ ଫାର୍ମ ହାଉସକୁ ପଶି ୧୦ଟି ନଡ଼ିଆ ଗଛ, ଅନେକ କଦଳୀଗଛ, ଆମ୍ବ ଗଛ ସଂପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି। ସେହିପରି ନବିନ ମିର୍ଦ୍ଧା, ପୂର୍ଣ୍ଣ ମେଣ୍ଡଲିଙ୍କ ପନିପରିବା ବାଡ଼ିରେ ଏକର ଏକରର କୋବି,ଟମାଟୋ,ବାଇଗଣ,କଖାରୁ ( ମାଖନ) ଆଦି ଅନେକ ଫସଲ ନଷ୍ଟ କରି ଦେଇଛନ୍ତି। ତେଣୁ ସର୍ବସାଧାରଣ ହାତୀପଲକୁ ଶିଘ୍ର ଘଉଡ଼ାଇବା ପାଇଁ ବନ ବିଭାଗକୁ ଅନୁରୋଧ କରିଛନ୍ତି ଏବଂ କ୍ଷତି ଗ୍ରସ୍ତ ସମସ୍ତ ଚାଷୀ ଙ୍କୁ କ୍ଷତି ପୂରଣ ଦେବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି l

Leave a Reply

Your email address will not be published.