ଅଧ୍ୟକ୍ଷଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ସ୍ଥିତ କପିଳାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କାର୍ଯ୍ୟରତ ଥିବା ଅଧ୍ୟକ୍ଷ ବିଜୟ କୁମାର ପଟନାୟକ ଙ୍କୁ ଆଜି ବିଦ୍ୟାଳୟ ପକ୍ଷରୁ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ସମସ୍ତ ନିମ୍ନତ୍ରିତ ଅତିଥି ଓ ବିଦ୍ୟାଳୟର କାର୍ଯ୍ୟରତକର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ମିଳିତ ଭାବରେ ଶ୍ରୀ ପଟ୍ଟନାୟକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ଏହି ଉପଲକ୍ଷେ୬୬୨ବର୍ଗ କଲେଜର ରାଜ୍ୟ ସଂଘ ସଭାପତି ଅଧ୍ୟାପକ ଗୋଲକ ନାୟକ ଙ୍କର ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ଉପସ୍ଥିତି ଅତିଥି ଭାବରେ ବିଦ୍ୟାଳୟରପୂର୍ବତନ ଅଧ୍ୟକ୍ଷ ତ୍ରିଲୋଚନ ସାହୁ ଅଧ୍ୟାପକ ବୀରକିଶୋର ଦତ୍ତ ବ୍ଲକ ବି ଜେ ଡ଼ି ସଭାପତି ବିଶ୍ୱନାଥ ଜେନା୬୬୨ବର୍ଗ କଲେଜ ସଂଘ ଉପସଭାପତି ଡ଼ ତପନ ଜେନା ୬୬୨ବର୍ଗ ପ୍ଲସ3କଲେଜ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ଡ଼ ଗଗନ ବେଉରା୬୬୨ବର୍ଗ ପ୍ଲସ2କଲେଜ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ସତାପ ଉଦିନୀ ଅହମ୍ମଦ ପ୍ରମୁଖ ଯୋଗଦାନ କରି ବିଦ୍ୟାଳୟର ଅବସର ଗ୍ରହଣକରି ଥିବା ଅଧ୍ୟକ୍ଷ ଙ୍କର ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କାର୍ଯ୍ୟ କ୍ଷେତ୍ରରେ ଯେପରି ଭାବରେ ସେ ପ୍ରତ୍ୟେକ ଭାବରେ ନିଜକୁ ସାମିଲ କରି ପାରଦର୍ଶିତା ଲାଭ କରିଥିଲେ ତାହା ଆଗାମୀ ଦିନରେ ସମସ୍ତ ଙ୍କ ପାଇଁ ଏକ ଉଦାହରଣ ହୋଇ ରହିବ ଶ୍ରୀ ବେଉରା କହିଥିଲେ ସେ ଥିଲେ ଜଣେ ଦରଦୀ ମଣିଷ କର୍ମକ୍ଷେତ୍ରରେ ହେଉ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ ହେଉ ସମସ୍ତ ଙ୍କ ସହିତ ଅନ୍ତରଖୋଲା ଭାବରେ ମିଶିବା ସହ ଦୁଃଖ ସୁଖରେ ନିଜକୁ ସାମିଲ କରିପାରୁଥିଲେ ଅନ୍ୟ ଅତିଥି ସତାପ ଉଦିନ ନିଜର ମତ ପ୍ରଦାନ କରି କହିଥିଲେ ବିଜୟ ବାବୁ ଥିଲେ ଏପରି ଜଣେ ବିନ୍ଧାଣି ସେ ଯେଉଁଥିରେ ହାତ ମାରୁଥିଲେ ତାହାକୁ ସମ୍ପୂର୍ଣ କରୁଥିଲେ ଏହାର ଜ୍ୱଳନ୍ତ ଉଦାହରଣ୬୬୨ବର୍ଗ କଲେଜ ସଂଗଠନ ଯାହାକି ଏକ ମାଇଲ ଖୁଣ୍ଟ ଅଟେ ଉକ୍ତ ସଂଗଠନ ଗଠନ ରେ ତାଙ୍କର ଭୂମିକା ଅତୁଳନୀୟ ଥିଲା ଅନ୍ୟ ଅତିଥି ଶ୍ରୀ ଗଗନ ମତବ୍ୟକ୍ତ କରି କହିଥିଲେ ବିଜୟ ବାବୁ ଏପରି ଜଣେ ବ୍ୟକ୍ତି ଥିଲେ ନିଜର ସମସ୍ୟା କୁ ପଛରେ ଛାଡ଼ିଦେଇ ଅନ୍ୟ ମାନଙ୍କର ଦୁଃଖ ଦେଖିଲେ ତାହାର ସମାଧାନ ପାଇଁ ଜଣେ ଦେବଦୂତ ଭାବରେ ସହଯୋଗର ହାତ ବଢ଼େଇ ଦେଉଥିଲେ ଉକ୍ତ ବିଦ୍ୟାଳୟଯେତେବେଳେ ସମସ୍ୟା ଘେରରେ ବୁଡିରହିଥିଲା ଜଣେ ଅଧ୍ୟକ୍ଷ ଭାବେସେ ଯେପରି ଏହାର ସଫଳ ମୁକାବିଲା କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ତାହା ସବୁଦିନ ପାଇଁ ଆମମାନଙ୍କର ସ୍ମରଣୀୟ ହୋଇ ରହିବ ଅନ୍ୟ ମଞ୍ଚସିନ ଅତିଥି ମଧ୍ୟରେ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସାହୁ ଅଧ୍ୟାପକ ଶ୍ରୀ ଦତ୍ତ ମତ ପ୍ରଦାନ କରି ବିଜୟ ବାବୁ ଙ୍କ ସହିତ କାର୍ଯ୍ୟ କରିଥିବା ସମୟର ସେହିସ୍ମରଣୀୟ ମୁର୍ହୂତ ଗୁଡିକୁ ଗଟି ଗୋଟି କରି ସ୍ମରଣ କରିବବା ସହ ତାଙ୍କର କାର୍ଯ୍ୟ ଦକ୍ଷତାର ଗୁଣଗାନ କରିଥିଲେ୬୬୨ବର୍ଗର କଲେଜସଂଘ ରାଜ୍ୟ ସଭାପତି ଶ୍ରୀ ନାୟକ ନିଜର ମତ ସାବ୍ୟସ୍ତ କରି କହିଥିଲେ ଯେ ବିଜୟ ବାବୁ ଶିକ୍ଷା କ୍ଷେତ୍ରରେ ଜଣେ କେବଳ ଶିକ୍ଷକ ନଥିଲେ ସେ ଥିଲେ ବାସ୍ତବରେ ଜଣେ ବିନ୍ଧାଣି ଯାହାଙ୍କର ଅତୁଳନୀୟ ଅବଦାନ ପାଇଁ ଆଜି ଏହି କର୍ମଚାରୀ ଓ ସେମାନଙ୍କର ପରିବାର ମଧ୍ୟରେ ହସ ଫୁଟାଇ ପାରିଛନ୍ତି ତାହା ଆମମାନଙ୍କପାଇଁ ତାଙ୍କର ଏକ ବଡ ଅବଦାନ ଅଟେ ପରିଶେଷରେ ବିଦାଇ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ନିଜର ଚାକିରୀ କାଳର ଅନୁଭୂତିକୁ ପରି ପ୍ରକାଶ କରିବା ସହିତ ସମସ୍ତ ଙ୍କର ସହଯୋଗ ଓ ସଦିଛା କାମନା କରିଥିଲେ ଶେଷରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଉପଢୌକନ ପ୍ରଦାନ କରାଯାଇସମ୍ବର୍ଦ୍ଧିତ କରାଯାଇଥିଲା .

Leave a Reply

Your email address will not be published.