କୁପାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ ପାଇଁ ସମୀକ୍ଷା ବୈଠକ

ବାଲେଶ୍ୱର, (ନାଗରାଜ ନ୍ୟୁଜ): ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଶିକ୍ଷାକୁ ପ୍ରାଥମିକତା ଦେଇ ଆସିଛନ୍ତି । ତାଙ୍କର ପ୍ରଚେଷ୍ଟାରେ ଆଜି ରାଜ୍ୟ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଛି । ପ୍ରତି ବିଦ୍ୟାଳୟର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ମଧ୍ୟ କରୁଛନ୍ତି ।
ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ମୋ ସ୍କୁଲ ଅଭିଯାନର ସ୍କୁଲ ଟ୍ରାନ୍ସଫରମେଶନ ଯୋଜନା ମାଧ୍ୟମରେ କୁପାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ ପାଇଁ ବିଦ୍ୟାଳୟ ପରିସରରେ ଗତକାଲି ଶିକ୍ଷା କମିଟି ମେମ୍ବର ଓ ପୁରାତନ ଛାତ୍ର ଛାତ୍ରୀମାନଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ସ୍ଥାନୀୟ ବିଧାୟକ ତଥା ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ସମସ୍ତଙ୍କ ସହିତ ଆଲୋଚନା କରି ଯଥା ଶୀଘ୍ର ଉନ୍ନତିକରଣ କାର୍ୟ୍ୟ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published.