ସଡକ ଦୁର୍ଘଟଣା; ଜଣେ ମୃତ, ଜଣେ ଗୁରୁତର ଆହତ

ବାଙ୍କୀ, (ନାଗରାଜ ନ୍ୟୁଜ): ବାଙ୍କୀ ଥାନା ଅନ୍ତର୍ଗତ ଭେଡାରାମଚନ୍ଦ୍ରପୁର ଗ୍ରାମ ଛକ ଠାରେ ବାଇକ ସହିତ ମିନି ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାମ ଘନଶ୍ୟାମ ଦେହୁରି । ଘର ସ୍ଥାନୀୟ ରଣପୁର ଗ୍ରାମ ବୋଲି ଜଣାପଡ଼ିଛି । ମୃତକ ଜଣଙ୍କ ବିଦ୍ୟୁତ ବିଭାଗର କର୍ମଚାରୀ । ବିଦ୍ୟୁତ ବିଲ ଆଦାୟ କରି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଗୁରୁତରଙ୍କୁ ପ୍ରଥମେ ଚିକିତ୍ସା ପାଇଁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସିବିକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଚାପା ଉତେଜନା ଲାଗି ରହିଛି । ପୁଲିସ ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହିତ ସମ୍ପୃକ୍ତ ଟ୍ରକ ଡ୍ରାଇଭର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published.