ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସପ୍ତାହ, ଛାତ୍ରଛାତ୍ରୀ ମାନଙ୍କ ପାଇଁ ସଡ଼କ ସୁରକ୍ଷା କର୍ମଶାଳା

କଟକ,(କଟକ, ନାଗରାଜ ନ୍ୟୁଜ): ଆଜି ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସଡ଼କ ସୁରକ୍ଷା ସପ୍ତାହ (11.01.2023 ରୁ 17.01.2023) ଉପଲକ୍ଷେ ସଡ଼କ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ପ୍ରତିଷ୍ଠିତ ଏନ. ଜି. ଓ ସୁପ୍ରତିଭା ଆନୁକୂଲ୍ୟରେ ରେଡ଼ିଓ ହୀରାଖଣ୍ଡ, ସିଅମ,ଏବଂ ଏଫ. ପି. ଆର. ଓ ସହଯୋଗରେ ଅନୁଷ୍ଠିତ ଏହି କର୍ମଶାଳା ରେ ବିଶିଷ୍ଟ ଶିକ୍ଷାବି ତ ରାଜକିଶୋର ପଣ୍ଡା ସଭାପତିତ୍ୱ କରିଥିବାବେଳେ ବରିଷ୍ଠ ପୋଲିସ ଅଧିକାରୀ କୃଷ୍ଣଚନ୍ଦ୍ର ସାମଲ ମୁଖ୍ୟ ଅତିଥିଭାବେ ଏବଂ ସୁପ୍ରତିଭା ର ପ୍ରତିଷ୍ଠାତା ସମ୍ପାଦକ ବିକାଶ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ପଥଚାରୀ ଓ ସାଇକେଲ ଆରୋହୀ ଛାତ୍ରଛାତ୍ରୀ ମାନଙ୍କୁ ସଡ଼କ ସୁରକ୍ଷା ର ସମସ୍ତ ନିୟମାବଳୀ,ଗୁରୁତ୍ୱପୂର୍ଣ ସଂକେତ ଓ ସରକାରୀ ସୁବିଧାସୁଯୋଗ ସମ୍ପର୍କ ଇ ଗୁରୁତ୍ୱପୂର୍ଣ ପରାମର୍ଶ ପ୍ରଦାନ କରିଥିଲେ । ପ୍ରଧାନଶିକ୍ଷକ ଅକ୍ଷୟ କୁମାର ସ୍ୱାଗତ ସମ୍ଭାଷଣ ସହିତ କର୍ମଶାଳା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅଂଶଗ୍ରହଣ କରିଥିବା ସମସ୍ତ ସାର୍ଟିଫିକେଟ ବଣ୍ଟନ କରାଯାଇଥିଲା । ଶିକ୍ଷୟିତ୍ରୀ ଡ଼ ସୁଜାତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ! ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଗୀତାରାଣୀ ସାହୁ, ବିଜୟାଲକ୍ଷ୍ମୀ ସାହୁ, ଜୟଧର୍ମ ସେନାପତି,ସନ୍ତୋଷ କୁମାର ଖୁଣ୍ଟିଆ, ତ୍ରିନାଥ ସେଠୀ, ରଂଜିତ ଦାସ,ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published.