ଗଣତନ୍ତ୍ର ଦିବସ ଉପଲକ୍ଷେ ମାନସ କୁମାର ସାହୁଙ୍କ ବାଲୁକା କଳା

ପୁରୀ, (ନାଗରାଜ ନ୍ୟୁଜ): ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୭୩ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ସେ ତାଙ୍କ ବାଲୁକା କଳାରେ ଇଣ୍ଡିଆ ଗେଟର ଚିତ୍ରଣ କରିବା ସହିତ ଆମ ପ୍ରିୟ ତ୍ରିରଙ୍ଗାର ଚିତ୍ରଣ କରି ସାରା ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି । ଏଥିରେ ସେ “”Happy Republic Day”” ର ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା ଚିତ୍ରକୁ ଆଙ୍କିବା ପାଇଁ ମାନସ ସାହୁଙ୍କୁ ୫ଘଣ୍ଟା ସମୟ ଲାଗିଥିଲା । ଏହି ବାଲୁକା ଚିତ୍ରଟି ୫ ଫୁଟ ଓସାର ବିଶିଷ୍ଟ । ଏହି ବାଲୁକା ଚିତ୍ର ପୁରୀର ବଳିଆପଣ୍ଡା ନିକଟସ୍ଥ ବେଳାଭୂମିରେ ତିଆରି ହୋଇଛି ।

Leave a Reply

Your email address will not be published.