ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମଧୁବନର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ପାଳିତ

ପୁରୀ,(ନାଗରାଜ ନ୍ୟୁଜ): ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମଧୁବନର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନହଲ ପରିସରରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବରେ ମୋ ଓଡିଶାର ଜିଲ୍ଲା ସଂଯୋଜକ ଶୁଭାଶିଷ ଖୁଣ୍ଟିଆ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ୍ ତଥା ସାମଜ ସେବୀ ସୁଶୀଲ କୁମାର ଧଳ ଏବଂ ମୁଖ୍ୟବକ୍ତା ଭାବରେ ଶିକ୍ଷାବିକାଶ ସମିତି ଓଡ଼ିଶା ପୂର୍ବ ସମ୍ଭାଗର ସଂପାଦକ ପ୍ରଫୁଲ୍ଲ କୁମାର ପଣ୍ଡା ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡଃ . ସୁନୀଲ ଚକ୍ରବର୍ତ୍ତୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଠ ଆଚାର୍ଯ୍ୟ ବିଷ୍ଣୁପ୍ରସାଦ ପାଣି ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପରେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ପୁରୁଷୋତ୍ତମ ନାୟକ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ସୁରେଶ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଖୁଣ୍ଟିଆ ନିଜ ଅଭିଭାଷଣରେ କହିଲେ, ସହରରେ ଛୋଟ ଛୋଟ ବିଦ୍ୟାଳୟ ପାଇଁ ସ୍ୱତଃ ଖେଳପଡିଆ ପ୍ରସ୍ତୁତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ପରେ ସମ୍ମାନିତ ଅତିଥିଙ୍କ ଅଭିଭାଷଣ ପରେ ମୁଖ୍ୟବକ୍ତାଙ୍କ ମାର୍ଗ ଦର୍ଶନ କରିଥିଲେ । ଏହା ସହ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ପରେ ପରିଚାଳନା କମିଟିର ସଭ୍ୟା ଅଞ୍ଜଳୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ସାଂସ୍କୃତିକ ବିଚିତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଶୀ ନୃତ୍ୟ ଠାରୁ ଆରମ୍ଭ କରି ନାଟକ ପରିବେଷଣ କରାଯାଇଥିଲା । bite

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱଜିତ୍ ଘୋଷ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ଶିକ୍ଷାବିକାଶ ସମିତି , ଓଡ଼ିଶା ପୂର୍ବ ସମ୍ଭାଗ ସମ୍ପାଦକ ପ୍ରଫୁଲ୍ଲ କୁମାର ପଣ୍ଡା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ଼ . ସୁନୀଲ ଚକ୍ରବର୍ତ୍ତୀ, ସଂପାଦକ ପୁରୁଷୋତ୍ତମ ନାୟକ ଏବଂ ପ୍ରଧାନ ଆଚାର୍ଯ୍ୟ ସୁରେଶ ମିଶ୍ର ଯୋଗ ଦେଇଥିଲେ । ଅତିଥି ମାନେ ଅଭିଭାଷଣ ପ୍ରଦାନ କରିବା ପରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ପରିଚାଳନା କମିଟିର ସହ ସଂପଦିକା ଦୀପ୍ତି ମିଶ୍ର ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ଶେଷ କରିଥିଲେ । ଏହା ପରେ ପଞ୍ଚମ ଶ୍ରେଣୀରୁ ୧୦ମ ଶ୍ରେଣୀ ଯାଏଁ ଶିଶୁଙ୍କର ସଂଗୀତ , ନୃତ୍ୟ , ଯୋଗ ଓ ନାଟକ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ସମସ୍ତ ଆଚର୍ଯ୍ୟା ଆଚାର୍ଯ୍ୟ , ସେବକ, ସେବିକା , ସ୍କାଉଟ ଓ ଗାଉଡ଼ ଓ ଛାତ୍ରୀଛାତ୍ରମାନେ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂପାଦନ କରିଥିଲେ ।

Leave a Reply

Your email address will not be published.