ବିଜ୍ଞାନ ମେଳା ଅନୁଷ୍ଠିତ

ବାଙ୍କୀ, (ନାଗରାଜ ନ୍ୟୁଜ): ବାଙ୍କୀବ୍ଳକ ଅନ୍ତର୍ଗତ କେନ୍ଦୁପଲି ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବାଙ୍କୀର ନବ ନିର୍ବାଚିତ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପଲତା ସାମନ୍ତ,କେନ୍ଦୁପଲି ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ସ୍କୁଲର ସଭାପତି ପ୍ରଦ୍ୟୁମ୍ନ ସୁବୁଦ୍ଧି ସରପଞ୍ଚ ଉପସ୍ଥିତ ରହି ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଛନ୍ତି । ବିଜ୍ଞାନ ମେଳାରେ ଶହେରୁ ଉର୍ଦ୍ଧ୍ବ ପ୍ରୋଜେକ୍ଟ ଉପସ୍ଥିତ ହୋଇଥିବାବେଳେ ଆଖ ପାଖ ସ୍କୁଲର ବହୁ ଛାତ୍ରଛାତ୍ରୀ ଦେଖିବାର ସୁଯୋଗ ପାଇଥିଲେ ।ଏହି ପ୍ରୋଜେକ୍ଟ ଗୁଡିକରୁ ଛାତ୍ର ଛାତ୍ରୀ ବିଜ୍ଞାନ ସମ୍ଭଧିୟ ତଥ୍ୟ ଜାଣିବାକୁ ପାଇଥିଲେ । ସେପଟେ ସନ୍ତୋଷ କୁମାର ସେଠୀ ମଣ୍ଡଳ ଅଧିକାରୀ ଉପସ୍ଥିତିରେ ଭଲ ପ୍ରୋଜେକ୍ଟ ଛାତ୍ର ଛାତ୍ରୀଙ୍କୁ ସନମାନିତକରିଥିଲେ ।ଏଥିସହିତସ୍କୁଲର ରହିଥିବା କିଛିସମସ୍ୟା ସମାଧାନ ନେଇଉପସ୍ଥିତ ଥିବା ବିଦ୍ୟାଳୟର ଅଧିକାରୀ ଓ ଚେୟାରମାନଙ୍କୁ ଦାବି ଉପସ୍ଥାପନା କରି ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି କହିଥିଲେ ବାଳିକା ମାନଙ୍କ ପାଇଁ ଗାଇଡ ବିଭାଗ ଖୋଲିବାର ଅନୁମୋଦନ କରିବା ସହିତ ସମସ୍ତ ପିଲା, ଅତିଥି ଓ ସହକର୍ମୀ ମାନେ ବସିବାଭଳିଏକ ସଭାଗୃହ ନିର୍ମାଣ, ଉଭୟ ବାଳକ ବାଳିକା ମାନଙ୍କ ପାଇଁ ଏନ ସି ସି ଖୋଲିବାର ଦାବିକୁ ଶ୍ରୀଯୁକ୍ତ ସୁବୁଦ୍ଧି ଦାବିରଖିଥିଲେ ।

Leave a Reply

Your email address will not be published.