ଦ୍ଵିତୀୟ ପ୍ରଫୁଲ୍ଲ ପ୍ରହରାଜ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ରାଉରକେଲା, (ନାଗରାଜ ନ୍ୟୁଜ): ଗତକାଲି ସାରନଗରୀ କନଷ୍ଟ୍ରକ୍ସନ୍ କଲୋନୀ ପଡିଆରେ ଓଡ଼ିଶା କ୍ରିକେଟ କ୍ଲବ ଆନୁକୁଲ୍ୟରେ ଦ୍ଵିତୀୟ ରାତ୍ରୀକାଳୀନ ପ୍ରଫୁଲ୍ଲ ପ୍ରହରାଜ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ବିଜେଡି ନଗର ସଭାପତି ଶ୍ରୀ ଆର୍ତ୍ତତ୍ରାଣ ମହାରଣା ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଧୀର ସୁନ୍ଦର ରାୟ,ପପୁ ଚୌଧୁରୀ ଇତ୍ୟାଦି ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉପଭୋଗ କରିଥିଲେ। ସୂଚନାରୁ ପ୍ରକାଶ ଯେ ଉକ୍ତ ପ୍ରତଯୋଗିତାରେ ରାଉରକେଲା ତଥା ଆଖପାଖ ଅଞ୍ଚଳର ୩୨ ଟି ଟିମ୍ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତାରେ ବିଜୟୀ ଦଳଙ୍କୁ ୮୦୦୦ ଟଙ୍କା ଓ ଉପବିଯେତା ଦଳଙ୍କୁ ୫୦୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି କ୍ଲବ ପକ୍ଷରୁ ସୂଚନା ମିଳିଛି। ପ୍ରଥମ ଦିନରେ ରାଉରକେଲା ସ୍ଥିତ ତାରାପୁର କ୍ରିକେଟ କ୍ଲବ ଓ ଓମ୍ ସାଇ ଜଲ୍ଡ଼ା କ୍ରିକେଟ କ୍ଲବ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳା ଯାଇଥିଲା ଏବଂ ଏହି ମ୍ୟାଚ୍ ରେ ତାରାପୁର କ୍ରିକେଟ କ୍ଲବ ବିଜୟୀ ଲାଭ କରିଛି। ଏହି ପ୍ରତିଯୋଗିତା ୪ ଦିନ ବ୍ୟାପୀ ଚାଲିବ ବୋଲି ଅନୁଷ୍ଠାନ ପାଖରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published.