ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ଦଇତାପତି ନିଯୋଗ

ପୁରୀ, (ନାଗରାଜ ନ୍ୟୁଜ): ଢେଙ୍କାନାଳରେ ଅଦିନିଆ ବନଯାଗ ଯାତ୍ରା ପରମ୍ପରାକୁ ବିରୋଧ କରି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ଦଇତାପତି ନିଯୋଗ । ନିଯୋଗ ପକ୍ଷରୁ ଆଜି ପ୍ରଥମେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଯାଇଥିଲା। ଏହା ପରେ ସନ୍ଧ୍ୟାରେ ଗୁରୁଜିଙ୍କୁ ଭେଟିଛନ୍ତି ନିଯୋଗର ସଦସ୍ୟ। ମହାପ୍ରଭୁଙ୍କ ପରମ୍ପରାକୁ ଭଙ୍ଗ କରିଥିବା ଶରଣ ଶ୍ରୀକ୍ଷେତ୍ର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜଗଦଗୁରୁଙ୍କୁ ନିଯୋଗ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ଧର୍ମ ନାଁ ରେ ଏଭଳି କାର୍ଯ୍ୟ ଗ୍ରହଣ ଯୋଗ୍ୟ ନୁହେଁ କି ଶାସ୍ତ୍ର ସମତ ନୁହେଁ। ଶାସ୍ତ୍ରୀୟ ବିଧି ବିଧାନ ଅନୁଯାୟୀ ସମସ୍ତ କାର୍ଯ୍ୟ ହେବା ଆବଶ୍ୟକ। ଯେଉଁ ଅନୁଷ୍ଠାନ ଏଭଳି କାର୍ଯ୍ୟ କରୁଛନ୍ତି ସେମାନଙ୍କ ସହ ଆଲୋଚନା କରିବା ପାଇଁ ଦଇତାପତି ନିଯୋଗକୁ ଶଙ୍କରାଚାର୍ଯ୍ୟ ଦେଲେ ପରାମର୍ଶ। ଆଗକୁ ଏଭଳି କାର୍ଯ୍ୟ ଯେଭଳି ନହେବ ସେନେଇ ପ୍ରାନ୍ତୀୟ ସ୍ତରରେ ଏକ କମିଟି ଗଠନ କରାଯାଇ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବଜାୟ ରହିପାରିବ ସେନେଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published.