ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ମଣିଷ ଜୀବନ ଦୁର୍ଲଭ ଜୀବନ ହୋଇଥିବା ବେଳେ ଏଠି ମଣିଷ ହିଁ ମଣିଷ ରକ୍ତରେ ହୋଲି ଖେଳୁଛି । ନିଜର ସ୍ଵାର୍ଥ ପାଇଁ ରକ୍ତମୁଖା ହୋଇ ମଣିଷ ଜୀବନ ନେବାକୁ ପଛଉନାହାନ୍ତି ମଣିଷ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗ ଥାନା ଅନ୍ତର୍ଗତ ବାରୂଙ୍ଗା ଗ୍ରାମରେ ।  କିଛି ଦୁର୍ବୁତ୍ତ ସେହି ଅଞ୍ଚଳର ସମିତି ସଭ୍ୟ ଦୀପକ ମାହୁନ୍ତଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

ସୂଚନା ଅନୁସାରେ ବରୁଆଁ ଗ୍ରାମ ନିକଟ ଜାମୁଝରା ଅଞ୍ଚଳରେ ଏକ ନେକ୍ସl XTA ଗାଡି ଯୋଗେ ଯାଉଥିବା ସମୟରେରେ କିଛି ଦୁର୍ବୁତ୍ତ ଅତର୍କିତ ଭାବେ ଗାଡି ଉପରକୁ ଗୁଳିମାଡ କରିଥିଲେ । ଘଟଣା ପରେ ଦୁର୍ବୁତ୍ତ ମାନେ ଫେରାର ହୋଇଯାଇଥିବା ବେଳେ ଘଟଣାର ଖବର ପାଇ ସ୍ଥାନୀୟ ଲୋକେ ଦୀପକଙ୍କୁ ଢେଙ୍କାନାଳ ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଦୀପକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର  । ଦୀପକଙ୍କ ସ୍ତ୍ରୀ ବରୁଆଁ ଗ୍ରାମର ସରପଞ୍ଚ ଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବାର ଆଶଙ୍କା କରାଯାଉଛି ।

 

Leave a Reply

Your email address will not be published.