ପୁରୀରେ ସୋ ଟାଇମର ରୌପ୍ୟ ଜୟନ୍ତୀ ଉଦଯାପିତ

ପୁରୀ, (ନାଗରାଜ ନ୍ୟୁଜ ): ପୁରୀ ବେଳାଭୂମିରେ ସୋ ଟାଇମର ରୌପ୍ୟ ଜୟନ୍ତୀ ଉଦଯାପନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଯୋଗଦେଇ ଅନୁଷ୍ଠାନିକ ଭାବେ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅନୁଷ୍ଠାନ ପକ୍ଷରୁ ୧୯ତମ ଓଡ଼ିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିରେ ରାଜ୍ୟର ବରିଷ୍ଠ ସିନେ ଓ ଟିଭି କଳାକାରଙ୍କ କଳା ଓ ସଂସ୍କୃତି କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତି ଙ୍କୁ ଦାସବର୍ମା ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଅତିଥି ଭାବେ କୁନା ତ୍ରିପାଠୀ, ଆକାଶ ଦାସ, ଅମିତ ମାଲିକ, ଦେବୁ ବ୍ରାମା ଓ ହାଡୁ ଭାଇ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ମନୋରଞ୍ଜନ କାର୍ୟ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ଅବସରରେ ଜୀବନ ପଣ୍ଡା, ବିଦ୍ୟା ମହାନ୍ତି, ଅର୍ପିତା କର, ଅଭିଷେକ ରଥ, ଏଲିନା ସାମନ୍ତରାୟ, ସୋଫିଆ ଅଲମ, ଏଲିପାଢୀ, ପ୍ରାଦୁମ୍ନ ଲେଙ୍କା ଓ କେଦାର ମିଶ୍ରଙ୍କ ସମେତ ୪୦କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published.