ବାଲିପଡା ଚାରଣ ଶାଖା ଆନୁକୂଲ୍ୟରେ ଶ୍ରୀଜଗନ୍ନାଥ କଥାମୃତ

କଟକ, (ନାଗରାଜ ନ୍ୟୁଜ ): ବୁଧବାର ପବିତ୍ର କାର୍ତ୍ତିକ ମାସ ତ୍ରୟୋଦଶୀ ତିଥି ଅବସରରେ ବାରଙ୍ଗ ନିକଟ ବାଲିପଡା ଗ୍ରାମର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ଚାରଣଗୋଷ୍ଠୀ ପୁରୀର କଟକ ସଦର ମଣ୍ଡଳ ସଂଗଠକ ପ୍ରକାଶ ଚନ୍ଦ୍ର ପାଣିଙ୍କ ସହଯୋଗରେ ଶ୍ରୀଜଗନ୍ନାଥ କଥାମୃତ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ କଟକ ଜିଲ୍ଲା ଅଞ୍ଚଳ ସଂଗଠକ ବାମଦେବ ବରାଳ ମହାପ୍ରଭୁଙ୍କଠାରୁ ଆଜ୍ଞା ନେଇ ସଭାକାର୍ଯ୍ୟ ସଂଚାଳନ କରିଥିଲେ । ଗ୍ରାମର ମୁରବୀ ମଞ୍ଚାସୀନ ଅତିଥି ମାନଙ୍କୁ ଉପଢୌକନ ଦ୍ୱାରା ସମ୍ମାନିତ କରିଥିଲେ।ଚାରଣମାନଙ୍କ ଦ୍ୱାରା ସମୁହ ବିଷ୍ଣୁ ସହସ୍ରନାମ ଆଦି ପାଠ ପରେ କଣ୍ଠଶିଳ୍ପୀ ଡ଼ ରାଜଲକ୍ଷ୍ମୀ ଜେନା ଏବଂ କଟକ ମଣ୍ଡଳ- ୨ର ସଂଗଠକ ଚାରଣ ତରଣୀସେନ ଲେଙ୍କା ମହାପ୍ରଭୁଙ୍କର ସୁନ୍ଦର କୀର୍ତ୍ତନ ଗାନ କରିଥିଲେ । କଟକ ଜିଲ୍ଲା ସଂଗଠକ ଚାରଣ ଲିଙ୍ଗରାଜ ପତି ଚାରଣୀୟ ଚେତନାର ପ୍ରଚାର ସହିତ ଶ୍ରୀଜଗନ୍ନାଥଙ୍କ ଭକ୍ତ ଦୀନବନ୍ଧୁ ଦାସଙ୍କ ଚରିତ ବିଷୟରେ ପ୍ରବଚନ ଦେଇଥିଲେ ।

ସାସ୍କୃତିକ ସଂପାଦକ ତଥା ଧୁରୀଣ କଥାବାଚକ ଚାରଣ ଶୁଭେନ୍ଦୁ ସ୍ୱାଇଁ ଶ୍ରୀଜଗନ୍ନାଥ କଥାମୃତ ମାଧ୍ୟମରେ ସମସ୍ତଙ୍କୁ ଭାବ ସାଗରରେ ବୁଡାଇ ରଖିଥିଲାବେଳେ ମୁଖ୍ୟ ଅତିଥି ନେମାଳ ପଦ୍ମବନ ପୀଠର ସେବକ ପ୍ରସନ୍ନ କୁମାର ବେଉରା ଅଚ୍ୟୁତାନନ୍ଦ ପୀଠର ଗାରିମା ଓ ମହିମା ବିଷୟରେ ପ୍ରବଚନ ଦେଇଥିଲେ । ଅନ୍ୟତମ ଅତିଥି ତଥା ବିଶିଷ୍ଟ ସମାଜ ସେବୀ ଏବଂ କଟକ ଶାନ୍ତି କମିଟିର ଉପସଭାପତି ଶିବେନ୍ଦ୍ର ହାଥୀ ସଭାରେ ଯୋଗଦାନ କରି ଅନୁଭୁତିର କଥା କହିଥିଲେ। ବାରଙ୍ଗ ଶାନ୍ତି କମିଟିର ସଭାପତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପାଣି ଉପସଂହାର ପୂର୍ବକ କୃତଜ୍ଞତା ଜ୍ଞାପନ କରିଥିଲେ । ବାଲିପଡା ଗ୍ରାମର ସମସ୍ତ ଯୁବକ ବନ୍ଧୁ ଓ ଗ୍ରାମବାସୀମାନେ ଏହି କାର୍ୟ୍ୟରେ ସହଯୋଗ କରି କାର୍ୟ୍ୟକ୍ରମ ସଫଳ କରାଇଥିଲେ ।

ବାଲିପଡା ଶାଖାର ଦଳପତି ଉମେଶ ଚନ୍ଦ୍ର ବସ୍ତିଆ କାର୍ୟ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ବିଶ୍ୱକଲ୍ୟାଣ ନିମିତ୍ତ ମହାପ୍ରଭୁଙ୍କ ନିକଟରେ ଆଳତୀ ପରେ ପ୍ରସାଦ ବଣ୍ଟନ କରାଯାଇଥିଲା । ଆନ୍ତର୍ଜାତୀୟ ଚାରଣଗୋଷ୍ଠୀ ତରଫରୁ ବିଭିନ୍ନ ଶାଖାର ପ୍ରମୁଖ ଯୋଗଦେଇଥିଲେ ଯଥା ସିଡିଏ ଶାଖାର ଉପଦଳପତି ବିନୋଦ ବିହାରୀ ଲେଙ୍କା, ବିନୋଦିନି ଲେଙ୍କା, ପିଠାପୁର ଶାଖାର ଦଳପତି ମନୋଜ ନାୟକ, ଆଲୋକ ମିଶ୍ର, ସୁଶାନ୍ତ ଦାସ, ସୁଶାନ୍ତ ନାୟକ, ବାଲିପଡା ଗ୍ରାମର ନିରଞ୍ଜନ ପରିଡା, ସବିତା ପରିଡା, କଣ୍ଡୁରୀ ପଢିହାରୀ, ବିନୋଦିନି ପଢିହାରୀ, ଚନ୍ଦ୍ରକାନ୍ତ ବସ୍ତିଆ, ରୀନା ବସ୍ତିଆ, ତ୍ରିଶୁଳିଆର ତ୍ରୈଲୋକ୍ୟନାଥ ପରିଡା, ମଧୁବନର ମୁରବୀ ବିଜୟ ପଣ୍ଡା, ମଧୁପୁର ଗ୍ରାମର ସୁକାନ୍ତ ସାହୁ, ଭାସ୍କର ପ୍ରଧାନ, ମଧୁପୁର ପଞ୍ଚାୟତର ସରପଞ୍ଚ ସୁମିନା ପ୍ରଧାନ, ଗଣେଶ୍ୱର ମହାରଣା ଓ ଜନକ ବେଉରା ଆଦି ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ ।

 

Leave a Reply

Your email address will not be published.