ଶ୍ରୀକ୍ଷେତ୍ର ଗୌରବ ସମ୍ମାନ ୨୦୨୨ ଅନୁଷ୍ଠିତ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଇଣ୍ଟେଲକ୍‌ଚୁଆଲସ ପକ୍ଷରୁ ଶ୍ରୀକ୍ଷେତ୍ର ଗୌରବ ସମ୍ମାନ ୨୦୨୨ ରବିବାର ସନ୍ଧ୍ୟାରେ ନାୟକପ୍ଲାଜା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, କ୍ରୀଡା ସମ୍ପାଦକ ରବିଶଙ୍କର ପ୍ରତିହାରୀ, ନାୟାକ ପ୍ଲାଜା ପରିଚାଳନା ନିର୍ଦ୍ଦେଶକ ଗିରିଶ ଚନ୍ଦ୍ର ନାୟକ, ପୂର୍ବତନ ନଗର ପାଳ ଗୌରହରି ପ୍ରଧାନ, ଓଡିଶା ଜୀବନବିନ୍ଦୁ କାର୍ଯ୍ୟକ୍ରମ ସମ୍ପାଦକ ଶୁଭାଶିଷ ଖୁଣ୍ଟିଆ, ବରିଷ୍ଠ ସେବାୟତ ଭଗବାନ ମହାସୁଆର, ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ବସ୍ତିଆ, ସଞ୍ଜୀବ ରଥଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବିଭିନ୍ନ ସେବାମୂଳକ ତଥା ଶିକ୍ଷାବୀତଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ଗିରୀଶ ନାୟକ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ସବ୍ୟସାଚୀ ରଥ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସନ୍ତୋଷ ପାତ୍ର, ଉମାକାନ୍ତ ବେହେରା, ରବିନାରାୟଣ ଦାଶ, ହରେକୃଷ୍ଣ ମିଶ୍ର, ଅମିତ କୁମାର ଚାଟାର୍ଜୀ, ଅକ୍ଷୟ କୁମାର ବ୍ରହ୍ମା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published.