ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗଦେବେ ବାଲେଶ୍ଵର ପ୍ରବଚକ ଓ ସାମ୍ବାଦିକ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଠାରେ ଆସନ୍ତା ତା ୨୮/୧୧/୨୨ ରିଖ ଠାରୁ ଆରମ୍ଭ ହେବ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ । ଏହା ତା ୦୬/୧୨/୨୨ ରିଖ ପର୍ଯ୍ୟନ୍ତ ଚାଲିବ । । ପ୍ରଥମ ଦିନ ଅର୍ଥାତ୍ ତା ୨୮/୧୧/୨୨ ରେ କଳସ ଶୋଭାଯାତ୍ରା, ଦ୍ୱିତୀୟ ଦିନ ଅର୍ଥାତ୍ ତା ୨୯/୧୧/୨୨ ରିଖ ଠାରୁ ତା ୦୫/୧୨/୨୨ ରିଖ ପର୍ଯ୍ୟନ୍ତ ପୂଜା, ପାରାୟଣ ଏବଂ ପ୍ରବଚନ କାର୍ଯ୍ୟକ୍ରମ ଜାରିରହିବ । ଏଥିରେ ପ୍ରବଚକ ଭାବେ ବାଲେଶ୍ଵର ଜିଲ୍ଲା ନିଳଗିରି ରେମୁଣାର ଶ୍ରୀ ଶ୍ଯାମସୁନ୍ଦର ଗୌଡିଅ ମଠାଧିଶ ଶ୍ରୀମଦ୍ ଭକ୍ତିବୈଭବ ଗୋସ୍ୱାମୀ ଯୋଗ ଦେଉଥିବାରୁ ଏହା ବାଲେଶ୍ଵର ଜିଲ୍ଲା ପାଇଁ ଅତ୍ୟନ୍ତ ଗୌରବର ବିଷୟ । ଏଥିପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳରୁ ଶହଶହ ଭକ୍ତ ଯୋଗଦେବେ ବୋଲି ଆୟୋଜକ ଶ୍ରୀମଦ୍ ଭାଗବତ ସପ୍ତାହ ଅଭ୍ଯର୍ଥନା କମିଟି ପ୍ରକାଶ କରିଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଭୁକୃପା ଲାଭ ନିମନ୍ତେ କମିଟି ତରଫରୁ ବାଲେଶ୍ଵର ଜିଲ୍ଲା ସାମ୍ବାଦିକ, ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ପ୍ରତିଷ୍ଠାତା ଓ ସମ୍ପାଦକ ତଥା ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘର ରାଜ୍ୟ ଉପ-ସଭାପତି ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ନିମନ୍ତ୍ରଣ ହୋଇଛି । ଉକ୍ତ ନିମନ୍ତ୍ରଣ ପାଇ ଶ୍ରୀ ବେହେରାଙ୍କ ମନରେ ଆନନ୍ଦ ଓ ଉଲ୍ଲାସ ଖେଳିଯିବା ସଂଗେ ସଂଗେ ଯୋଗଦେଇ ପ୍ରଭୁକୃପା ଲାଭ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି କମିଟିକୁ ଜଣାଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.