ନଛିପୁର ହାଇସ୍କୁଲରେ ରୌପ୍ୟ ଜୟନ୍ତୀ ଉଦଘାଟିତ

ଖଇରା,(ନାଗରାଜ ନ୍ୟୁଜ): ଖଇରା ପଳସା ଗ୍ରାମ ପଞ୍ଚାୟତ ଅଧିନ ନଛିପୁର ହାଇସ୍କୁଲର ୩ଦିନିଆ ରୌପ୍ୟ ଜୟନ୍ତୀ ସମାରୋହ ସଭା ସାଂସ୍କୃତିକ କାର୍ୟ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଜୟନ୍ତୀ କମିଟିର ଅଧ୍ୟକ୍ଷ ତଥା ରାଜ୍ୟ ପର୍ୟ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ବିଦ୍ୟାଳୟର ଭିତ୍ତିଭୂମି ସଜାଡିବାକୁ ସରକାର ପ୍ରାଥମିକତା ଦେଇଛନ୍ତି । ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ଏବଂ ଶରୀର ସୁସ୍ଥ ପାଇଁ ଗୋଡରେ ବଲ ଖେଳ ଖେଳିବା ଦରକାର । ଏହାଦ୍ୱାରା ପିଲାମାନଙ୍କ ଭବିଷ୍ୟତ ଗଠନ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଭାବେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ବର୍ତ୍ତମାନ ମୋବାଇଲ ପିଲାମାନଙ୍କୁ କୁପଥଗାମୀ କରୁଛି, ଅଭିଭାବକ ମାନେ ଏଥିପ୍ରତି ଯତ୍ନବାନ ହେବା ନିହାତି ଜରୁରୀ ବୋଲି କହିଥିଲେ । ଏଥିରେ ଜିଲ୍ଲା ଶିକ୍ଷାଧିକାରୀ, ଭଦ୍ରକ ଏମପି, ସ୍ଥାନୀୟ ସରପଞ୍ଚ, ଆଇନଜୀବୀ, କମିଟି ସଭାପତିଙ୍କ ସମେତ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ସାମିଲ ଥିଲେ । କମିଟିର କର୍ମକର୍ତ୍ତା ଗ୍ରାମବାସୀ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published.