ଛଅ ଜଣ ନାବାଳକ ଓ ନାବାଳିକା ଉଦ୍ଧାର

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନନ୍ଦୁରୁ ପଂଚାୟତ ନନ୍ଦୁର ଓ ଆସୁରିଆ ଗ୍ରାମରୁ 6 ଜଣ ନା ବାଳକ ନାବାଳିକା କୁ ଗୋଟେ ଅଟୋ ଆଣୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇଁ ଯୁବ ସାମ୍ବାଦିକ ଲୋଚନ ରାଉତ ଅଟକାଇଥିଲେ,ତା ପରେ ସେ ସ୍ୱୟଂ ସିଧା ମହିଳା ସାମାଜିକ ସଂଗଠନ ର ସମ୍ପାଦିକା ଦମୟନ୍ତି ରାଉତ ଓ ତାଙ୍କ କର୍ମ କର୍ତା ଏବଂ ଖଇରା ଚାଇଲଡ଼ ଲାଇନ ମାନଙ୍କୁ ଖବର ଦେଇଥିଲେ,ସେମାନେ ଆସି ଖଇରା ପୋଲିସ ସହାୟତାରେ ନନ୍ଦୁର ଗ୍ରାମରୁ 3 ଜଣ ଦଲାଲଙ୍କୁ ଧରିଥିଲେ ସହିତ ଏକ tvs apachi ଗାଡି ଜବଦ କରିଛନ୍ତି, ତା ପରେ ପୋଲିସ ଓ ସମସ୍ତେ ଆସି ଘଟଣା ସ୍ଥଳରେ ପହଁଚି ନାବାଳିକା ଓ ନାବାଳକ ଙ୍କୁ ଖଇରା ଥାନାକୁ ନେଇଥିଲେ,ଘଟଣାରୁ ପ୍ରକାଶ ମହାରାଷ୍ଟ୍ର ଅଚଳରୁ 2ଜଣ ଯୁବକ କାକୁଡ଼ିଆ ଅଚଳର ଜଣେ ଯୁବକ ସହାୟତାରେ ସେମାଙ୍କୁ ମହାରାଷ୍ଟ୍ର ନେବାକୁ ଆସୀଥିଲେ, ସମସ୍ତ ନାବାଳକ ଓ ନାବାଳିକା ମାନେ ଆଦିବାସୀ ବୋଲି ଜଣା ପଡିଛି, ଏବଂ ସେମାନଙ୍କୁ ଖଇରା ପୋଲିସ ଚାଇଲଡ଼ ଲାଇନ ବାଲାଙ୍କୁ ହସ୍ତାନ୍ତର କରିଛି, ପୁଲିସ 3ଜଣକୁ ଅଟକ ରଖି ପଚରା ଉଚରା ଚଳାଇଛି .

ବାଲେଶ୍ୱର ଜିଲ୍ଲା ଖଇରା ରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.