ବଲାଙ୍ଗୀର ସଦର ଥାନାରେ ବିଜେଡି ନେତାଙ୍କ ବିରୁଦ୍ଧରେ ଏତଲା

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ବଲାଙ୍ଗୀର ସଦର ଥାନାରେ ବିଜେଡି ନେତାଙ୍କ ବିରୁଦ୍ଧରେ ଏତଲା ଦେଲା ଆଦିବାସୀ ସଂଘ । ବିଜେଡି ନେତା ପ୍ରଦୀପ ଗୁରୁଙ୍କ ନାମରେ ସଦର ଥାନାରେ ମାମଲା ରୁଜୁ କରାଯାଇଛି  । ଅଭିଯୋଗ ଅନୁସାରେ ଗତ ୨୩ ତାରିଖରେ ବିଜେଡି ନେତା ଗଣମାଧ୍ୟମ ସାମ୍ନାରେ ଆଦିବାସୀ ସମାଜ ପ୍ରତି ରାଜନୈତିକ ଶତ୍ରୁତା ମନୋଭାବ ରଖି ଆକ୍ରୋଶ ମୂଳକଭାବରେ ବିଦ୍ବେଷ ଏବଂ ଘୃଣାର ମଞ୍ଜି ବୁଣିଛନ୍ତି । ଯାହାଦ୍ୱାରା ସର୍ବସାଧାରଣଙ୍କ ଦୃଷ୍ଟିରେ ଆଦିବାସୀ ସମ୍ପ୍ରଦାୟ ଅପମାନିତ ହୋଇଛନ୍ତି । ବିରୋଧୀ ଦଳଙ୍କ ପ୍ରରୋଚନାରେ ଆଦିବାସମାନେ ଆନ୍ଦୋଳନ କରୁଛନ୍ତି ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ଯାହାକି ସମ୍ପୂର୍ଣ ମିଥ୍ୟା ଓ ମନଗଢା ବୋଲି ଆଦିବାସୀମାନେ ଅଭିଯୋଗ କରିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀମାନଙ୍କ କୋଟା କାଟି ଦେବା ପ୍ରସଙ୍ଗରେ ବିଜେଡି ନେତାଙ୍କ ଆଦିବାସୀ ବିରୋଧୀ ହୀନ ମନ୍ତବ୍ୟ ତାଙ୍କ ମୂର୍ଖାମୀ, ପାଗଳାମି, ଦଳୀୟ ଗୁଲାମୀ ଓ ଭାରତୀୟ ସମ୍ବିଧାନ ବିଷୟରେ ଅଜ୍ଞତାର ସ୍ପଷ୍ଟ ପ୍ରମାଣ ମିଳୁଛି ବୋଲି ଆଦିବାସୀ ମାନେ ପ୍ରକାଶ କରିଛନ୍ତି । ତୁରନ୍ତ ବିଜେଡି ନେତାଙ୍କୁ ଗିରଫ କରିବାକୁ ସଂଘ ପକ୍ଷରୁ ଶ୍ରୀମତୀ ବନଳତା ମାଝି, ଅଚ୍ୟୁତ ଧରୁଆ, ମାଧବ ବରିହା, ରୁଦ୍ର ମାଝି, ଜୟକୃଷ୍ଣ କଟୁଆଳ, ହେମନ୍ତ ମାଝି ଓ ଥବିର ପୂଝାରୀ ପ୍ରମୁଖ ଦାବୀ କରିଛନ୍ତି ।

Leave a Reply

Your email address will not be published.