ନାବାଳିକା ଛାତ୍ରୀଙ୍କୁ ବଳତ୍କାର କରିବା ଉଦ୍ୟମରେ ପ୍ରଧାନ ଶିକ୍ଷକଙ୍କ ନାମରେ ଏତଲା

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଥାନା ଅଧୀନରେ ଥିବା କୁଟୁଣିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ବଳତ୍କାର କରିବାକୁ ଉଦ୍ୟମ କରିଛନ୍ତି । ସଂପୃକ୍ତ ପୀଡିତା ଓ ତାର ପରିବାର ଲୋକେ ଏନେଇ ଥାନାରେ ଏତଲା ଦେଇଛନ୍ତି । ଖବର ନେବାରୁ ଜଣାଯାଇଛିଯେ, ପ୍ରଧାନ ଶିକ୍ଷକ ଜଣକ ଛାତ୍ରଛାତ୍ରୀଙ୍କୁ ଟିଉସନ କରନ୍ତି ।

ଗତକାଲି ସକାଳ ଆଠଟା ସମୟରେ ନବମ ଶ୍ରେଣୀର ଜୈନେକ ଛାତ୍ରୀ ସ୍କୁଲକୁ ଟିଉସନ୍ ପାଇଁ ଯାଇଥିଲେ । ଏହି ସମୟରେ ପ୍ରଧାନ ଶିକ୍ଷକ ଜୀମୁତ କିଶୋର ଦାଶ ଛାତ୍ରୀଙ୍କୁ ବଳତ୍କାର କରିବାକୁ ଉଦ୍ୟମ କରିଥିଲେ । ହେଲେ ଛାତ୍ରୀ ଜଣକ ପ୍ରଧାନ ଶିକ୍ଷକଙ୍କୁ ଧକ୍କା ମାରି ପ୍ରାଣ ବିକଳରେ ପଳାଇ ଆସିଥିଲେ । ପରେ ପରିବାର ଲୋକେ ନାବାଳିକା ଛାତ୍ରୀକୁ ସାଙ୍ଗରେ ନେଇ ରାଜଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅତିଶିଘ୍ର ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିବାକୁ ପରିବାର ଲୋକେ ଦାବି କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ରାଜଗାଙ୍ଗପୁର ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave a Reply

Your email address will not be published.