ଖୁବ୍ ଶୀଘ୍ର ଦର୍ଶକ ଦେଖିବେ ନାଟକ ‘ଗୋଟିଏ ଗୁଳି ବାକି”

ପୁରୀ, (ନାଗରାଜ ନ୍ୟୁଜ): ଖୁବ୍ ଶୀଘ୍ର ଦର୍ଶକ ନିକଟକୁ ଆସୁଛି ‘ଗୋଟିଏ ଗୁଳି ବାକି’ ନାମକ ଏକ ନାଟକ । ଏହି ନାଟକର ବହି ପୂଜା ଶେଷ ହୋଇଯାଇଛି । ଏହାର ନାଟ୍ୟକାର ହରିହର ମିଶ୍ର । ନିର୍ଦେଶନା ଦେବେ ରବି ତ୍ରିପାଠୀ । ଏହି ନାଟକର ଯାହା ବିଷୟ ବସ୍ତୁ ରହିଛି କିପରି ସମୟ ଚକ୍ରରେ ମୁଜିବ ଜଣେ ଆତଙ୍କବାଦୀ ଖୁନିରେ ପରିଣତ ହୁଏ । ଏବଂ ମାନସିକ ଭାରସାମ୍ୟ ହରାଇ ପୋଲିସ ହାତରେ ଧରାପଡି ଜେଲରେ ଜୀବନଯାପନ କରେ । ସମୟ କ୍ରମେ ଶୋଭନା ଜଣେ ମନସ୍ତତ୍ୱବିତ୍ ଡାକ୍ତର ଭାବେ ଜେଲ୍ ରେ ତାଙ୍କର ସହପାଠୀର ଚିକିତ୍ସା ଦାୟୀତ୍ୱ ନିଏ । କିପରି ଭାବରେ ମୁଜିବ କଣେ ଖୁନି ଆସାମୀ ହେଲା,ସେସବୁ ଶୋଭାନାଙ୍କୁ କୁହେ । ଅସଲ ଖୁନି ଶେଷରେ ଧରାହୁଏ । ମୁଜିବ ସହିତ ଶୋଭନା ବାକି ଜୀବନ କଟାଏ । ମୁଜିବର ନିଜ ଡବଲ ବ୍ୟାରେଲ୍ ବନ୍ଧୁକର ଗୋଟିଏ ଗୁଳି ବାକି ରହିଯାଏ । ଶେଷରେ ସତ୍ୟର ଜୟ ହୁଏ ।

Leave a Reply

Your email address will not be published.