ଶ୍ରୀ ଶ୍ରୀ ମା ବେଲେଇ ଉଡା ଯାତ୍ରା ଅନୁଷ୍ଠିତ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଆଟପୁର ପଞ୍ଚାୟତ ଅଧିନସ୍ଥ ବେଳଦା ଉଡାପଡିଆ ଠାରେ ଉଡା ଯାତ୍ରା ଅନୁଷ୍ଠିତ ହୋଇଛି ।  ଓଡି‌ଶାରେ ଉଡା ଯାତ୍ରା ଭାବେ ପରିଚିତ । ଓଡ଼ିଆଙ୍କ ପାଇଁ ଏହା ଅତ୍ୟନ୍ତ ପବିତ୍ର ଦିବସ ।  ସଂକ୍ରାନ୍ତି ଦିନ ନିଆ ପାଟୁଆ ଆରମ୍ଭ କରାଯାଇଥାଏ । ଭାଙ୍ଗ ପଣା ପିଇ ସଙ୍ଗୀତରେ ତାଳେ ତାଳେ ଝୁମି ଯାଇଥାନ୍ତି ପାଟୁଆମାନେ । ସଂକ୍ରାନ୍ତି ୫ ଦିନ ପରେ ପାଟୁଆ ମାନେ ଆନନ୍ଦ ଉଲ୍ଲାଶରେ ପଣା ପିଇ ବାଜା ବଜାଇ ଖୁମ ଚାରିପଟେ ଘୁରି ଓ ୭ ଟି ପାଟୁଆ ଦାସୀ ମଧ୍ୟ ହୋଇଥାନ୍ତି ।  ଛୋଟରୁ ବଡ଼ ପିଲା ମାନେ ସଙ୍ଗୀତ ସହିତ ନାଚିଥାନ୍ତି ।  ପାଟୁଆ ଓ ବେଲଦା ଗ୍ରାମର ଗ୍ରାମ ବାସୀ ମାନେ ଧୁମ୍ ଧାମରେ ଉଡା ଯାତ୍ରା ଓ ମେଲୋଡି କାର୍ଯ୍ୟକ୍ରମ ପାଳନ କରିଥାନ୍ତି । ଏଇ ଉଡା ଯାତ୍ରା ଦେଖିବା ପାଇଁ ପ୍ରାୟ ୩ ହଜାର ରୁ ୫ ହଜାର ଦର୍ଶକ ଦେଖିବାକୁ ଆସନ୍ତି । ଉଡା ଯାତ୍ରା ଓ ମ୍ୟଲୋଡି କାର୍ଯ୍ୟକ୍ରମ ଦେଖିବା ପାଇଁ ମଜା ନେଉଥିଲେ ଦର୍ଶକ ମାନେ । ମା ବେଲେଇ ମନ୍ଦିରରେ ଵିଧି ପୂର୍ବକ ମା ଙ୍କର ମାର୍ଜନା ଓ ପୂଜା ଉତ୍ସାବ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ଏଇ ଉଡା ଯାତ୍ରା ସଂଧ୍ୟା ରେ ଆରମ୍ଭ ହୋଇ ରାତି ୧୧ ଘଟିକା ସମୟରେ ଶେଷ ମଧ୍ୟ ହୋଇଥିଲା ।  ମା ବେଲେଇ ପରିସରରେ ପଣା, ବିଭିନ୍ନ ଭୋଗ ଲୋକଙ୍କୁ ବାଣ୍ଟିଥାନ୍ତି ।  ଉଡା ଯାତ୍ରା ବିଳମ୍ବିତ ରାତି ଯାଏ ଦେଖିବାକୁ ମିଳିଥିଲା।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.