ଖାନନଗର ହାଇସ୍କୁଲରେ ରାଜ୍ୟସ୍ତରୀୟ ଚେସ ଟୁର୍ନାମେଣ୍ଟ

କଟକ,(ନାଗରାଜ ନ୍ୟୁଜ): ଜିନିଅସ ଚେସ ସେଣ୍ଟର ପକ୍ଷରୁ ରାଜ୍ୟସ୍ତରୀୟ ତୃତୀୟ ରାପିଡ଼ ସ୍କୁଲ ଚେସ ଟୁର୍ନାମେଣ୍ଟ -2023 ଖାନନଗର ସରକାରୀ ଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି! ଜିନିଅଶ ଚେସ ସେଣ୍ଟର ସମ୍ପାଦିକା ବାସନ୍ତୀ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ପରିଚାଳନା ରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ଟୁର୍ନାମେଣ୍ଟ ରେ ବିଭିନ୍ନ ଜିଲ୍ଲାରୁ କନିଷ୍ଠ ବର୍ଗରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ପର୍ଯ୍ୟନ୍ତ ଏବଂ ବରିଷ୍ଠ ବିଭାଗରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏକଶହ ରୁ ଉର୍ଦ୍ଧ୍ଵ ବାଳକ ଓ ବାଳିକା ଅଂଶଗ୍ରହଣ କରିଥିଲେ! ଦିବସ ବ୍ୟାପି ଚାଲିଥିବା ଏହି ଟୁର୍ନାମେଣ୍ଟ ରେ କନିଷ୍ଠ ବିଭାଗ ରେ ଆଦବିକ ଆଦିତ୍ୟ ସ୍ୱାଇଁ, ଶୁଭସ୍ମିତା ପ୍ରିୟଦର୍ଶିନୀ ଏବଂ ବରିଷ୍ଠ ବିଭାଗରେ ଶୁକ ମୁର୍ମୁ, ଋତ୍ଵିକ ରାଜ ମିଶ୍ରଓ ମନିଷ ମିଶ୍ର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଟ୍ରଫି ଓ ଅର୍ଥରାଶି ପୁରସ୍କାର ଗ୍ରହଣ କରିଥିଲେ! ପ୍ରଧାନସଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ! ଏହି ଟୁର୍ନାମେଣ୍ଟ କୁ ଆନ୍ତର୍ଜାତୀୟ ଆର୍ବିଟର ଜ୍ୟୋତିନନ୍ଦ ମ୍ୟାଚ ପରିଚାଳନା କରିଥିଲେ! ବରିଷ୍ଠ କ୍ରୀଡ଼ାବିତ ଶ୍ରୀ ହେମନ୍ତ କୁମାର ନାୟକ,ଜିନିଆଶ ଚେସ ସେଣ୍ଟର ର ପ୍ରଶିକ୍ଷକ ଆଦିତ୍ୟ ପଟ୍ଟନାୟକ, ଜିଲ୍ଲାଚେସ ସଂଘ ପକ୍ଷରୁ ଶ୍ରୀ ସୁଧୀର ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳତାର ସହିତ ସମ୍ପନ୍ନ କରିଥିଲେ! ବରିଷ୍ଠ ଶିକ୍ଷୟିତ୍ରୀ ଡ଼ ସୁଜାତା ମହାପାତ୍ର ସକ୍ରିୟ ସହଯୋଗ କରିବାସହ ସମସ୍ତ ପ୍ରତିଯୋଗୀ, ଅଭିଭାବକ ଅଭିଭାବିକାଅତିଥି ଓ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ! ସମସ୍ତ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା !

Leave a Reply

Your email address will not be published.